Latest Odisha News

BREAKING NEWS

ଡରାଇବାକୁ ଆସିଥିଲେ; ପଥର ମାଡରେ ଚାଲିଗଲା ଜୀବନ

ମାଲକାନଗିରି: ମାଳକାନଗିରି ଜିଲ୍ଳା ପାପେରମେଟାଲ ଥାନା ଅନ୍ତର୍ଗତ ଜନ୍ତୁରାଇ ଗ୍ରାମରେ ମାଓବାଦୀ କ୍ୟାଡର ଉପରେ ସ୍ଥାନୀୟ ବାସିନ୍ଦା ପଥର ମାଡ କରିଥିବା ନେଇ ଅଭିଯୋଗ ହୋଇଛି।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି କିଛି ମାଓବାଦୀ ଉକ୍ତ ଗ୍ରାମମଧ୍ୟକୁ ପ୍ରବେଶ କରି ସ୍ୱାଧୀନତା ଦିବସ ପାଳନ ନକରିବାକୁ କହିଥିଲେ । ଏପରିକି ଜନସାଧାରଣଙ୍କୁ ଭୟଭୀତ କରିବାକୁ ଯାଇ ଫାଙ୍କା ଗୁଳିଚାଳନା ମଧ୍ୟ କରିଥିଲେ ।

ଏହାବ୍ୟତିତ ଗ୍ରାମ ମଧ୍ୟରେ ହେଉଥିବା ବିକାଶମୟ କାମକୁ ମଧ୍ୟ ସେମାନେ ବିରୋଧ କରିଥିବା ବେଳେ ଏଥିରେ ଗ୍ରାମବାସୀମାନେ ଅଚାନକ ଉତକ୍ଷିପ୍ତ ହେବା ସହ ସେମାନଙ୍କ ଉପରକୁ ପଥର ମାଡ କରିଥିଲେ । ଲୋକମାନଙ୍କ ଏଭଳି ଉଗ୍ରରୂପ ଦେଖି ମାଓବାଦୀମାନେ ଖସି ପଳାଇଯିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପରବର୍ତ୍ତୀ ସମୟରେ ଏହି ପଥର ମାଡରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି।

ଖବର ପାଇ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିଥିଲେ । ପରେ ମାଓବାଦୀଙ୍କ କୌଣସି ପ୍ରକାର ଆକ୍ରମଣକୁ ରୋକିବା ଲାଗି ସେମାନଙ୍କ ପକ୍ଷରୁ ଗ୍ରାମରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Leave A Reply

Your email address will not be published.