Latest Odisha News

କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ଲାଭ କଲେ ଅଭିନେତା ଆର୍‌ ମାଧବନ୍‌

ନୂଆଦିଲ୍ଲୀ: ଅଭିନେତା ଆର ମାଧବନ୍ ଇନଷ୍ଟାଗ୍ରାମରେ ଏକ ସମାରୋହର ଫଟୋ ସେୟାର୍‌ କରିଛନ୍ତି। ଯେଉଁଠାରେ ତାଙ୍କୁ କଳା ଏବଂ ସିନେମା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ଫଟୋ ସେୟାର କରି ମାଧବନ୍ ଲେଖିଛନ୍ତି: “କୋଲହାପୁରର ଡିଏ ପାଟିଲ୍ ଏଜୁକେସନ୍ ସୋସାଇଟି ଦ୍ବାରା ଡି ଲିଟ୍‌ ଡିଗ୍ରୀ ପ୍ରଦାନ କରାଯାଇଥିବାରୁ ମୁଁ ଅତ୍ୟନ୍ତ କୃତଜ୍ଞ। ଏହା ବର୍ତ୍ତମାନ ଏକ ସମ୍ମାନ ଏବଂ ଦାୟିତ୍ବ ଅଟେ।”

ଏହାସହିତ ବଲିଉଡ୍‌ର ଅନେକ କଳାକାର ମଧ୍ୟ ଫଟୋଗୁଡ଼ିକ ଉପରେ ପ୍ରତିକ୍ରିୟା ପ୍ରକାଶ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.