ଭୁବନେଶ୍ୱର: ଆଜିଠାରୁ ମୋଟରଯାନ ଆଇନ କଡାକଡି ହେବା ସହ ଜୋରଦାର ଧରପଗଡ ହୋଇଛି । ରାଜଧାନୀରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହୋଇଛି । ଗୋଟିଏ ଦିନରେ ପାଖାପାଖି ୨ଲକ୍ଷରୁ ଅଧିକ ଟଙ୍କାର ଜରିମାନା ଆଦାୟ ହୋଇଥିବା ଜଣାପଡିଛି । ଭୁବନେଶ୍ୱରର ଆରଟିଓ-୨ ଆଜି ୨ଲକ୍ଷ ୯୨ ହଜାର ଟଙ୍କାର ଚାଲାଣ କାଟିଛି । ଘଟଣାସ୍ଥଳରୁ ପାଖାପାଖି ୭୯ହଜାର ୨୦୦ ଟଙ୍କା ଆଦାୟ କରାଯାଇଛି ।
ରଙ୍ଗ ୱେ ଡ୍ରାଇଭିଙ୍ଗ, ମୋବାଇଲ ଫୋନ ବ୍ୟବହାର କରି ଡ୍ରାଇଭିଙ୍ଗ କରିବା, ବିନା ହେଲମେଟ, ବିନା ଲାଇସେନ୍ସ, ବିନା ସିଟ ବେଲ୍ଟ ଓ ଦ୍ରୁତ ବେଗରେ ଗାଡି ଚାଳନା କରିବା ପାଇଁ ଜରିମାନା ଆଦାୟ ହୋଇଛି ।
Comments are closed.