Latest Odisha News

BREAKING NEWS

ଭୋଜିରେ ରାଇତା ଖାଇ ହଟହଟା; ରାବିଜ୍ ଟୀକା ନେବାକୁ ହସ୍ପିଟାଲ୍ ଦୌଡିଲେ ୨୦୦ରୁ ଅଧିକ ଲୋକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବଦାଉଁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ଭୋଜିରେ ରାଇତା ଖାଇବା ପରେ ୨୦୦ରୁ ଅଧିକ ଲୋକଙ୍କୁ ରାବିଜ୍ ଟୀକା ନେବାକୁ ପଡିଛି। କାରଣ ଯେଉଁ ମଇଁଷିର କ୍ଷୀର ରାଇତା ତିଆରିରେ ବ୍ୟବହାର କରାଯାଉଥିଲା। ତାକୁ କୁକୁର କାମୁଡ଼ି ଦେଇଥିଲା। ଏହି ଉତ୍ସବ ପରେ ମଇଁଷିଟିର ମୃତ୍ୟୁ ଘଟିଥିଲା। ଯାହାପରେ ଟୀକାକରଣ ପାଇଁ ଡାକ୍ତରଖାନାକୁ ଧାଇଁଥିଲେ ଭୋଜି ଖାଇଥିବା ଲୋକେ।

ବଦାଉଁର ଉଝାନି ଥାନା ଅଞ୍ଚଳରେ ଅବସ୍ଥିତ ପିପ୍ରୌଲ ଗାଁରେ ଓରାନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଡିସେମ୍ବର ୨୨ ତାରିଖରେ ତାଙ୍କ ଜ୍ୱାଇଁ କୃପାଶଙ୍କରଙ୍କ ଦ୍ୱାରା ଏକ ତ୍ରୟୋଦଶୀ ଭୋଜି ଆୟୋଜନ କରାଯାଇଥିଲା। ସେହି ଗାଁର ବାସିନ୍ଦା ପ୍ରମୋଦ ସାହୁଙ୍କ ମଇଁଷି କ୍ଷୀରରୁ ତିଆରି ରାଇତା ମଧ୍ୟ ଭୋଜିରେ ପରିବେଷଣ କରାଯାଇଥିଲା।

ତେବେ ତ୍ରୟୋଦଶୀ ଉତ୍ସବ ପରେ, ଅର୍ଥାତ୍ ଗତ ଶୁକ୍ରବାର ଦିନ ମଇଁଷିଟିର ମୃତ୍ୟୁ ହୋଇଥିଲା। ଯାହା ସମଗ୍ର ଗାଁରେ ଆତଙ୍କ ସୃଷ୍ଟି କରିଥିଲା। ସୂଚନା ଅନୁଯାୟୀ, ଉକ୍ତ ମଇଁଷିକୁ କିଛି ଦିନ ପୂର୍ବରୁ ଏକ ପାଗଳ କୁକୁର କାମୁଡ଼ି ଦେଇଥିଲା। ପରେ ସେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲା।

ମଇଁଷିର ମୃତ୍ୟୁ ସମଗ୍ର ଗାଁରେ ଆତଙ୍କ ସୃଷ୍ଟି ହୋଇଥିଲା। ପରେ ଲୋକମାନେ ରାବିଜ୍ ଭୟରେ ଟିକା ନେବା ପାଇଁ ଡାକ୍ତରଖାନାକୁ ଧାଇଁଥିଲେ। ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଗାଁ ଲୋକଙ୍କ ଖୁବ୍ ଭିଡ଼ ଜମିଥିଲା। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

 

Comments are closed.