Latest Odisha News

BREAKING NEWS

ରଚନା ଲଢିବେ ଲୋକସଭା ନିର୍ବାଚନ

କୋଲକାତା: ରାଜନୀତିରେ ପାଦଦେଲେ ଅଭିନେତ୍ରୀ ରଚନା ବାନାର୍ଜୀ । ଅଭିନେତ୍ରୀରୁ ହେଲେ ରାଜନେତ୍ରୀ । ଲୋକସଭା ନିର୍ବାଚନରେ ଏଥର ମୈଦାନକୁ ଓହ୍ଲାଇବେ ରଚନା । ଏଥିପାଇଁ ଟିଏମସି ତରଫରୁ ଆଜି ମିଳିଛି ଟିକଟ୍ । ତୃଣମୂଳ କଂଗ୍ରେସର ଟିକେଟରେ ସେ ପ୍ରଥମଥର ଲୋକସଭା ଲଢ଼ିବେ ।

ଟିଏମସି ରଚନା ବାନାର୍ଜୀଙ୍କ ପଶ୍ଚିମବଙ୍ଗର ହୁଗଳିରୁ ପ୍ରାର୍ଥୀ କରିଛି । ଏହି ଆସନରୁ ଅଭିନେତ୍ରୀ ନିର୍ବାଚନ ଯାତ୍ରା ଆରମ୍ଭ କରିବେ । ବିରୋଧୀ ନେତାଙ୍କୁ କଡ଼ା ଟକ୍କର ଦେବେ ରଚନା । ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ପ୍ରଶଂସକଙ୍କ ତାଲିକା ବହୁତ ଲମ୍ବା ।ତେଣୁ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାରର୍ଜୀ ତାଙ୍କ ଉପରେ ଭରସା ରଖିଛନ୍ତି।

ଅଭିନେତ୍ରୀ ରଚନା ବାନାର୍ଜୀ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି । ସେ ପଶ୍ଚିମବଙ୍ଗର ମଧ୍ୟ ଆଗଧାଡ଼ିର ନାୟିକା। ଖାଲି ଓଡ଼ିଆ କି ବଙ୍ଗଳା ନୁହେଁ ବରଂ ସେ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଛନ୍ତି । ରଚନାଙ୍କୁ ମିଳିଥିବା ଆସନରୁ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶାୟୀ ଅଛି ଟିଏମସି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ଟିଏମସିର ପ୍ରମୁଖ ନେତାଙ୍କ ଉପସ୍ଥିତିରେ ୪୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ବାସିରହାଟରୁ ଗତ ଥର ସାଂସଦ ହୋଇଥିବା ନୁସରତ ଜାହାନଙ୍କୁ ଦଳ ଟିକେଟ ଦେଇନାହିଁ  ।

Leave A Reply

Your email address will not be published.