ପୁରୀ : ଆଜି ପବିତ୍ର ଆଶ୍ବିନ ଶୁକ୍ଳ ଏକାଦଶୀ ତିଥି । ଏହାସହ ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ । କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ପ୍ରତିଦିନ ଆଳତି ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହେବ । ଏହାସହ ଶ୍ରୀମନ୍ଦିରରେ ଏଣିକି ପ୍ରତିଦିନ ବାଳ ଭୋଗ ଅନୁଷ୍ଠିତ ହେବ । ବିଶ୍ବାସ ରହିଛି, ଏହି ଦୁର୍ଲଭ ବେଶରେ ମାସ ତମାମ ଦର୍ଶନ କରି ପୂଜାର୍ଚ୍ଚନା ଓ ବ୍ରତ ପାଳନ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ । ତେଣୁ ଆଜିଠାରୁ ପୁରୀରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମହା କାର୍ତ୍ତିକ ବ୍ରତ ପାଳନ କରିଛନ୍ତି । ଯଦିଓ କାର୍ତ୍ତିକ ମାସର ଆରମ୍ଭରୁ ବ୍ରତ ପାଳନ ଦେଖିବାକୁ ମିଲିଥାଏ । ମାତ୍ର ଅନେକ ଶ୍ରଦ୍ଧାଳୁ ବିଶେଷ କରି ସେବାୟତ ପରିବାରର ବିଧବା ମହିଳା ମାନେ ଆଜିଠାରୁ କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି ।
BREAKING NEWS
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
- କରୀନାଙ୍କ ପ୍ରେମରେ ପଡିଛନ୍ତି କି କାର୍ତିକ
- Government new rules ସାବଧାନ!ରାସ୍ତାରେ ପାନ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା
Comments are closed.