Latest Odisha News

BREAKING NEWS

ମାଲକାନଗିରିରେ IPL ବେଟିଂ : ଚାରି ଜଣ ବୁକିଙ୍କୁ ଗିରଫ କଲା ପୋଲିସ

ମାଲକାନଗିରି : ଆଇପିଏଲ ଖେଳରେ ବେଆଇନ ବେଟିଂ କରି ଗିରଫ ହେଲେ ମାଲକାନଗିରି ଜିଲ୍ଲାର ଚାରି ଜଣ ଯୁବକ। ଏମାନଙ୍କ ଘର ଖୋଜା ଖୋଜି କରିବା ସମୟରେ ନଗଦ ୯ଲକ୍ଷ ଟଙ୍କା ସହ ବ୍ୟାଙ୍କ ପାସବୁକରୁ ୧୮ ଲକ୍ଷ ଟଙ୍କା ସହ ମୋଟ ୨୭ ଲକ୍ଷ ଟଙ୍କା ଓ  ମୋବାଇଲ ଓ ଏଟିଏମ କାର୍ଡ ମଧ୍ୟ ଜବତ କରିଛି ପୋଲିସ । ଗିରଫ ବ୍ୟକ୍ତି ମାନେ ମାଲକାନଗିରି ସହରର ବାସିନ୍ଦା ହୋଇଥିବା ବେଳେ ଏମାନଙ୍କ ନାମ ପି.ଶ୍ରୀନିଭାସ ରାଓ ଅରଫ ଶ୍ରୀନୁ, ଜି. ଜଗନ ରାଓ ଅରଫ ଜଗନ, ବସନ୍ତ କୁମାର ବେହେରା ଅରଫ ରୁନା ଓ ଭୋଲାନାଥ ବିଶ୍ବାସ ଅରଫ ଭୋଲା ବୋଲି ପୋଲିସ କହିଥିବା ବେଳେ ଗିରଫ ବୁକି ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ଆଇପିଏଲ ଖେଳ ଆରମ୍ଭ ହେବା ଦିନଠାରୁ ମାଲକାନଗିରି ସମେତ ପଡୋଷୀ ରାଜ୍ୟ ଛତିଶିଗଡ଼ ସୁକୁମା ଜିଲ୍ଲାରେ ଲୋକଙ୍କୁ ଅଧିକ ଟଙ୍କା କମାଇବାର ପ୍ରଲୋଭନ ଦେଖାଇ ଲୁଟୁଥିଲେ। ରାଧେକ୍ସ ଓ ଫ୍ରିଡମ ମୋବାଇଲ ଆପ ମାଧ୍ୟମରେ ଏହି ବୁକି ମାନେ ବେଟିଂ କରି ବେଆଇନଭାବେ ଟଙ୍କା ରୋଜଗାର କରୁଥିଲେ। ଗତକାଲି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ତେଣୁ ଏହି ହାଇଭୋଲଟେଜ୍ ମ୍ୟାଚରୁ ମୋବାଇଲ ଆପ ମାଧ୍ୟମରେ ବେଟିଙ୍ଗ କରିବା ସମୟରେ ଏହି ଚାରିଜଣଙ୍କୁ ବିଭିନ୍ନ ଯାଗାରେ ରେଡ କରି ତାଙ୍କ ନିଜ ଘରୁ ଗିରଫ କରିଛି ପୋଲିସ । ଏହା ସହ ବେଆଇନ ବେଟିଙ୍ଗର ଚେର ଛତିଶଗଡ ରାଜ୍ୟକୁ ମଧ୍ୟ ଲମ୍ବି ଥିବାରୁ ଆଗାମି ଦିନରେ ସୁକୁମା ଓ ଜଗଦଲପୁର ଅଞ୍ଚଳର ବୁକିଙ୍କୁ ମଧ୍ୟ ଅତିଶୀଘ୍ର ଗିରଫ କରାଯିବ ବୋଲି ମାଲକାନଗିରି ଏସ.ଡି.ପି.ଓ କହିଛନ୍ତି ।

 

Leave A Reply

Your email address will not be published.