Latest Odisha News

BREAKING NEWS

ହାରିବା ପରେ ରାଧାରାଣୀଙ୍କର ମନେ ପଡ଼ିଲା ‘ଇଭିଏମ୍ ଟାମ୍ପରିଂ’ ଉପାଖ୍ୟାନ

ବ୍ରଜରାଜନଗର: ଅଜବ ବୟାନ । ବ୍ରଜରାଜନଗର ଉପ ନିର୍ବାଚନରେ ହାରିବା ପରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଦେଇଛନ୍ତି ଏକ ଅଜବ ବୟାନ। ଯାହା ବିଜେପି ବିରୋଧରେ ସାଧାରଣତଃ ଆସେ । କିନ୍ତୁ ଏବେ ବିଜେପିର ଏହି ନେତ୍ରୀ ଆଣିଛନ୍ତି ବିରୋଧୀ ଯେଉଁ ଅଭିଯୋଗ ନିର୍ବାଚନ ହାରିବା ପରେ ଆଣନ୍ତି। ବ୍ରଜରାଜନଗରରେ ଅମାନତ ହାରିବା ପରେ ରାଧାରାଣୀ ପଣ୍ଡା କହିଛନ୍ତି, ଏହା ଜନାଦେଶ ନୁହେଁ ବରଂ ଯନ୍ତ୍ରାଦେଶ। ଇଭିଏମଂ ଟାମ୍ପରିଂ ହୋଇଥିବାରୁ ଏପରି ଜନାଦେଶ ଆସିଛି ବୋଲି ରାଧାରାଣୀ କହିଛନ୍ତି।

ମୋଟ୍ ୨୨,୬୩୦ ଖଣ୍ଡ ଭୋଟ୍ ପାଇଥିବା ରାଧାରାଣୀ ପଣ୍ଡା କହିଛନ୍ତି, ଶାସକ ଦଳ କ୍ଷମତାରେ ଥିବାରୁ ଅର୍ଥ ବଳ, ବାହୁ ବଳ ଓ ପ୍ରଶାସନିକ କଳକୁ ଲଗାଇଥିଲା। କିନ୍ତୁ ଏହାପରେ ବି ଦୁଇ ଦିନ ତଳେ ସେମାନେ ହାରିବେ ବୋଲି ଜାଣିସାରିଥିଲେ। ଏହାପରେ ସେମାନେ ଇଭିଏମର ସାହାରା ନେଇ ବିଜୟୀ ହୋଇଛନ୍ତି। ଯାହା ଆଜି ପ୍ରମାଣିତ ହୋଇଛି।

ସେ ସ୍ୱାଧୀନ ପ୍ରାର୍ଥୀ ଭାବେ କୋଡିଏ ହଜାରରୁ ଅଧିକ ଭୋଟ ପାଉଥିଲେ। ଯେହେତୁ ସେ ବିଜେପି ଟିକେଟରୁ ନିର୍ବାଚନ ଲଢିଛନ୍ତି ଏବଂ ପୂର୍ବରୁ ବିଧାୟକ ଥିଲେ ତେଣୁ ସେ ୫୦ରୁ ୬୦ ହଜାର ଭୋଟ୍ ପାଇବା କଥା। ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରେ ଅନେକ ନେତା ନିର୍ବାଚିତ ହୋଇଛନ୍ତି
। ଅଳକା ପ୍ରଥମ ଥର ପାଇଁ ପ୍ରାର୍ଥୀ ହୋଇ ଯେଉଁ ବ୍ୟବଧାନରେ ବିଜୟୀ ହୋଇଛନ୍ତି ତାହା ତାଙ୍କ ସ୍ୱାମୀଙ୍କ ଠାରୁ ଢେର ଅଧିକ। ତେଣୁ ଏହା ଇଭିଏମ ଟାମ୍ପରିଂ ଛଡା ଆଉ କିଛି ନୁହେଁ ବୋଲି ରାଧାରାଣୀ କହିଛନ୍ତି।

Comments are closed.