Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ସର୍ବଦଳୀୟ ବୈଠକରେ ଯୋଗଦେବେ ଗୁପକାର ସଙ୍ଗଠନ ନେତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ସର୍ବଦଳୀୟ ବୈଠକରେ ଯୋଗଦେବେ ଗୁପକାର ସଂଗଠନ ନେତା । ଜାମ୍ମୁ-କାଶ୍ମୀରର ରାଜନୈତିକ ଦଳ ଗୁଡ଼ିକର ଗୁପକାର ସଙ୍ଗଠନ ସର୍ବଦଳୀୟ ବୈଠକରେ ସାମିଲ ହେବେ । ଏନେଇ ସୂଚନା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା । ସର୍ବଦଳୀୟ ବୈଠକ ପୂର୍ବରୁ ଆଜି ଫାରୁକଙ୍କ ବାସଭବନରେ ଗୁପକାର ସଙ୍ଗଠନର ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମଧ୍ୟ ସାମିଲ ହୋଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ସର୍ବଦଳୀୟ ବୈଠକରେ ସମସ୍ତେ ସାମିଲ ହେବେ । ବୈଠକରେ ସମସ୍ତ ନେତା ସାମିଲ ହେବା ସହ ଜାମ୍ମୁ-କାଶ୍ମୀରର ଉନ୍ନତି ନେଇ ନିଜ ମତ ରଖିବେ । ତେବେ ଧାରା ୩୭୦କୁ ନେଇ କୌଣସି ସାଲିସ କରାଯିବ ନାହିଁ ବୋଲି ଗୁପକାର ସଙ୍ଗଠନର ନେତାମାନେ କହିଛନ୍ତି । ଗୁପକାର ସଙ୍ଗଠନରେ ଜାମ୍ମୁ-କାଶ୍ମୀରର ୭ଟି ରାଜନୈତିକ ଦଳ ସାମିଲ ଅଛନ୍ତି । ଗୁପକାର ସଙ୍ଗଠନର ନେତା ମୁଜଫର ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ସାମିଲ ହେବା ସହ ୩୫ ଏ ଓ ୩୭୦ ଧାରା ଉଚ୍ଛେଦକୁ ନେଇ ଆଲୋଚନା ହେବ ।

Leave A Reply

Your email address will not be published.