ସିଡନୀ: ଭାରତ ବିପକ୍ଷ ସିଡନୀ ଟେଷ୍ଟରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ଷ୍ଟିଭ୍ ସ୍ମିଥ୍ । ତୃତୀୟ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ ମାରି ସଚିନ ତେନ୍ଦୁଲକର, ବିରାଟ କୋହଲି, ଜ୍ୟାକ୍ କାଲିସଙ୍କ ଭଳି ମହାନ୍ କ୍ରିକେଟରଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ୧୦ ଥର ଗୋଟିଏ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ ହାସଲ କରିଛନ୍ତି । ସିଡନୀରେ ପ୍ରଥମ ଇନିଂସରେ ସ୍ମିଥ ୧୩୧ ରନ୍ ଓ ଦ୍ୱିତୀୟ ଇନିଂସରେ ୮୧ ରନ୍ ହାସଲ କରିଛନ୍ତି ।
ଗୋଟିଏ ଟେଷ୍ଟ ମ୍ୟାଚରେ ଶତକ ଓ ଅର୍ଦ୍ଧଶତକ କରିବା ମାମଲାରେ ଜ୍ୟାକ୍ କାଲିସ, ବିରାଟ କୋହଲି, ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ଏଲନ୍ ବର୍ଡର, ଆଲିଷ୍ଟର କୁକ୍ ଓ କୁମାରା ସାଙ୍ଗାକାରାଙ୍କ ଭଳି କ୍ରିକେଟରଙ୍କୁ ପଛରେ ଛାଡ଼ି ଦେଇଛନ୍ତି । ପୂର୍ବରୁ ଦକ୍ଷିଣ ଆଫ୍ରିକାର ମହାନ ଅଲରାଉଣ୍ଡର ଜ୍ୟାକ କାଲିସ ସର୍ବାଧିକ ୯ଥର ଏହି ସଫଳତା ହାସଲ କରିଥିଲେ ।

ଗୋଟିଏ ଟେଷ୍ଟରେ ସର୍ବାଧିକ ଶତକ ଓ ଅର୍ଦ୍ଧଶତକ ମାରିଥିବା କ୍ରିକେଟର
ଷ୍ଟିଭେନ୍ ସ୍ମିଥ (ଅଷ୍ଟ୍ରେଲିଆ)- ୧୦ ଥର
ଜ୍ୟାକ୍ କାଲିସ (ଦକ୍ଷିଣ ଆଫ୍ରିକା)- ୯ଥର
ଆଲିଷ୍ଟର କୁକ୍ (ଇଂଲଣ୍ଡ)- ୮ଥର
ବିରାଟ କୋହଲି, ସଚିନ ତେନ୍ଦୁଲକର (ଭାରତ)- ୭ଥର
ରିକି ପଣ୍ଟିଂ (ଅଷ୍ଟ୍ରେଲିଆ)- ୭ ଥର
କୁମାରା ସାଙ୍ଗାକାର (ଶ୍ରୀଲଙ୍କା)- ୭ ଥର
ଏଲନ ବର୍ଡର(ଅଷ୍ଟ୍ରେଲିଆ)- ୭ ଥର
BREAKING NEWS
- ପ୍ରବଳ ବର୍ଷାରେ ଭାସିଗଲା ପୋଲ;୪ ପଞ୍ଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ
- ଉତ୍ତରାଖଣ୍ଡର ଯୋଶୀମଠ ନିକଟରେ ହେଲିକପ୍ଟର ଦୁର୍ଘଟଣା କର୍ଣ୍ଣାଟକ ପୋଲିସ ଅଫିସରଙ୍କ ସହ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
- SC on Breakup: ବ୍ରେକଅପ୍ ମାନେ ଧୋକା କି ଠକେଇ ନୁହେଁ! ଲିଭ୍-ଇନ୍ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ…
- Chopper Crashed: ଉତ୍ତରାଖଣ୍ଡରରେ ମଝି ଆକାଶରେ ହେଲିକପ୍ଟର ଉଭାନ୍, ଦୁର୍ଘଟଣାଗ୍ରସ୍ତ ସୂଚନା
- Glacial Lake Outburst: ଭୁଟାନରେ ଫାଟିଲା ଗ୍ଲାସିୟର ହ୍ରଦ, ଭାରତରେ ବନ୍ୟା ଆତଙ୍କ! ୧୦ ହଜାର ଲୋକ ସ୍ଥାନାନ୍ତର, ସାଇରନ୍ ବଜାଇ ଲୋକଙ୍କୁ ସତର୍କ କଲା ପ୍ରଶାସନ…
- Cyclone Arnab Effect: ଭୁବନେଶ୍ୱର-ବିଶାଖାପଟନମ୍ ବନ୍ଦେ ଭାରତ ସହ ୩୫ ଟ୍ରେନ୍ ବାତିଲ୍
- ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ବିପନ୍ନଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚାଇବାକୁ ନିର୍ଦ୍ଦେଶ
- ବନ୍ୟାଞ୍ଚଳରେ ନୌସେନା ହେଲିକପ୍ଟର: ଏଆର ଡ୍ରପ ହେବ ଖାଦ୍ୟ ପୁଡିଆ
- OPSC ପରୀକ୍ଷା ଘୁଞ୍ଚିବ ନାହିଁ, ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେବେ ସରକାର: ରାଜସ୍ୱ ମନ୍ତ୍ରୀ
- ନଦୀ କୂଳରୁ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର

Comments are closed.