Latest Odisha News

BREAKING NEWS

ଶକ୍ତି ଦେଖାଇଲା ବାୟୁସେନା, ଏଲ୍‌ଏସିରେ ଉଡିଲା ରାଫେଲ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହାର ସମାଧାନ ଲାଗି ଆଜି ଷଷ୍ଠଥର ପାଇଁ କମାଣ୍ଡର ସ୍ତରୀୟ ବୈଠକ ବସିଛି । ତେବେ ଏହା ପୂର୍ବରୁ ବାୟୁସେନା ତାର ଶକ୍ତି ପ୍ରଦର୍ଶନ କରିଛି । ଚୀନ ନିଜର ସୈନ୍ୟଶକ୍ତି ବଳରେ ଭାରତକୁ ଡରାଇବାକୁ ଚାହିୁଁଛି, କିନ୍ତୁ ଭାରତୀୟ ସୈନ୍ୟ ଡ୍ରାଗନକୁ କଡା ଜବାବ ଦେଇଛି । ଲଦ୍ଦାଖର ଏଲଏସିରେ ଉଡିଛି ରାଫେଲ ।

ସୂଚନା ମୁତାବକ, ଭାରତୀୟ ବାୟୁସେନାର ରାଫେଲ ଓ ମିରାଜ ଯୁଦ୍ଧ ବିମାନ ରବିବାର ଲଦାଖରେ ଉଡିଛି । ଏଭଳି ରାଫେଲ ଅମ୍ବାଲା ଏୟାରବେସରୁ ଲଦ୍ଦାଖ ଯାଏଁ ଉଡାଣ ଭରିଛି । ଲଦ୍ଦାଖର ଜଳବାୟୁ ଓ ପରିବେଶ ସମ୍ପର୍କରେ ଜାଣିବା ପାଇଁ ରାଫେଲ ପାଇଲଟ ଏଭଳ ଉଡାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୦ରେ ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ରାଫେଲ ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରାଯାଇଥିଲା। ଏହାପୂର୍ବରୁ ଫ୍ରାନ୍ସରୁ ୫ ରାଫେଲ ଯୁଦ୍ଧ ବିମାନ ଅମ୍ବାଲାରେ ପହଂଚିଥିଲା ।

Leave A Reply

Your email address will not be published.