Latest Odisha News

BREAKING NEWS

ଭାରତ ଓ ଚୀନ୍ ମଧ୍ୟରେ ଆଜି କମାଣ୍ଡର ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ସେନା ମଧ୍ୟରେ ୬ଷ୍ଠ ଥର ପାଇଁ ସୋମବାର ଦିନ କମାଣ୍ଡର ସ୍ତରୀୟ ଆଲୋଚନା କରାଯାଉଛି ।

ସୂଚନାନୁଯାୟୀ, ଏହି ବୈଠକରେ ପୂର୍ବ ଲଦାଖରେ ଦୁଇ ଦେଶର ସେନାଙ୍କୁ ପଛକୁ ହଟାଇବା ଓ ଉତ୍ତେଜନା ହ୍ରାସ କରିବା ନେଇ ହୋଇଥିବା ପାଞ୍ଚ ସୁତ୍ରି ସହମତି ଉପରେ ଧ୍ୟାନ୍ କେନ୍ଦ୍ରିତ କରାଯିବ । ଏସମ୍ପର୍କରେ ସରକାରୀ ସୁତ୍ରରୁ ସୂଚନା ମିଳିଛି ।

ଆହୁରି ମଧ୍ୟ ଭାରତୀୟ ପ୍ରତିନିଧିମଣ୍ଡଳରେ ପ୍ରଥମ ଥର ପାଇଁ ବିଦେଶ ମନ୍ତ୍ରଣାଳୟରୁ ଜଣେ ଯୁଗ୍ମ ସଚିବ ସ୍ତରୀୟ ଅଧିକାରୀ ଅଂଶ ଗ୍ରହଣ କରୁଥିବା ବୋଲି ସୂଚନା ମିଳିଛି ।

ତେବେ ଆଜିର ଆଲୋଚନାରୁ କିଛି ଦୃଢ ଫଳାଫଳ ବାହାରିବ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ନିକଟ ଅତୀତରେ ଋଷର ରାଜଧାନୀ ମସ୍କୋରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୁଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ବୈଠକ ହୋଇଥିଲା । ଉକ୍ତ ବୈଠକରେ ପାଞ୍ଚ ସୁତ୍ରି ପ୍ଲାନ୍ ପ୍ରସ୍ତୁତ କରାଯାଇଥିଲା । ଯାହା ଫଳରେ ସୀମା ଉପରେ ଶାନ୍ତି ବଜାୟ ହେବ ।

Leave A Reply

Your email address will not be published.