ନୂଆଦିଲ୍ଲୀ: ଭାରତର ଏୟାର ଷ୍ଟ୍ରାଇକ୍ ପରେ, ପାକିସ୍ତାନ ସୋସିଆଲ ମିଡିଆରେ ମିଛ ପ୍ରଚାର କରିବା ଆରମ୍ଭ କରିଦେଇଛି । ପାକିସ୍ତାନ ସମର୍ଥିତ ବ୍ୟବହାରକାରୀମାନେ ଭାରତୀୟ ବିମାନକୁ ଗୁଳି କରି ଖସାଇ ଦେବା ଏବଂ ଭାରତୀୟ ସାମରିକ ପ୍ରତିଷ୍ଠାନକୁ ଧ୍ୱଂସ କରିବା ସମେତ ବିଭିନ୍ନ ପ୍ରକାରର ମିଥ୍ୟା ଦାବି କରିଥିଲେ । କିନ୍ତୁ ଏହି ସମସ୍ତ ଦାବି ଧୀରେ ଧୀରେ ଭୁଲ ପ୍ରମାଣିତ ହେଉଛି ।
ପ୍ରଥମ ମିଛ: ପାକିସ୍ତାନ ରାଫେଲ ଜେଟ୍ ଖସାଇ ଦେଇଥିଲା
ଏୟାର ଷ୍ଟ୍ରାଇକ୍ ପରେ, ପାକିସ୍ତାନୀ ୟୁଜର୍ସମାନେ ସୋସିଆଲ ମିଡିଆରେ ଏକ ୯ ମାସ ପୁରୁଣା ଭିଡିଓ ସେୟାର କରିଥିଲେ । ସେ ଦାବି କରିଛନ୍ତି ଯେ, ପାକିସ୍ତାନ ଏକ ଭାରତୀୟ ରାଫେଲ ବିମାନକୁ ଖସାଇ ଦେଇଛି । ଏହି ଭିଡିଓଟି ଭାଇରାଲ ହୋଇଥିଲା ।
An old image showing a crashed aircraft is being re-circulated by pro-Pakistan handles in various forms in the current context of #OperationSindoor#PIBFactcheck
✔️The image is from an earlier incident involving an Indian Air Force (IAF) MiG-29 fighter jet that crashed in… pic.twitter.com/6NJQvRH7KJ
— PIB Fact Check (@PIBFactCheck) May 7, 2025
ସତ ଘଟଣା ହେଉଛି:
ଏହି ଭିଡିଓଟି ଡିସେମ୍ବର ୩, ୨୦୨୪ର, ଯେତେବେଳେ ରାଜସ୍ଥାନରେ ଭାରତୀୟ ବାୟୁସେନାର ଏକ MiG-29 ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତଦନ୍ତ ସମୟରେ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ପ୍ରମାଣିତ ହୋଇଥିଲା । ପାକିସ୍ତାନୀ ଗଣମାଧ୍ୟମ ପୁରୁଣା ବିମାନ ଦୁର୍ଘଟଣା ଭିଡିଓକୁ ରାଫେଲ ବୋଲି କହି ମିଥ୍ୟା ପ୍ରଚାର ପ୍ରସାର କରିଥିଲା ।
ଦ୍ୱିତୀୟ ମିଛ: ୨ଟି ମିଗ୍ ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା
ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ ଦାବି କରାଯାଇଛି ଯେ ପାକିସ୍ତାନ ଭଟିଣ୍ଡା ଏବଂ ଅଖନୁରରେ ଦୁଇଟି ମିଗ୍ ବିମାନକୁ ଖସାଇ ଦେଇଛି ।

ସତ ଘଟଣା ହେଉଛି:
ଏହି ଭିଡିଓଟି ୨୧ ମେ, ୨୦୨୧ର ବୋଲି ଜଣାପଡ଼ିଛି । ଚାରି ବର୍ଷ ପୂର୍ବେ, ପଞ୍ଜାବର ମୋଗା ଜିଲ୍ଲାରେ ଏକ MiG-21 ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ସେହି ପୁରୁଣା ଭିଡିଓଟି ଏବେ ଏୟାର ଷ୍ଟ୍ରାଇକ୍ ପରେ ହୋଇଥିବା କୁହାଯାଉଛି । ତଥ୍ୟ ଯାଞ୍ଚ ସମୟରେ ଏହି ଭିଡିଓଟି ନକଲି ବୋଲି ମଧ୍ୟ ଜଣାପଡ଼ିଥିଲା । ଚାରି ବର୍ଷ ପୂର୍ବେ ପଞ୍ଜାବର ମୋଗା ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏକ MiG-21 ଲଢ଼ୁଆ ବିମାନର ଫଟୋ ସାମ୍ପ୍ରତିକ ସମୟର ବୋଲି ଦାବି କରି ଏକ ମିଥ୍ୟା ଫଟୋ ପ୍ରସାରିତ ହୋଇଥିଲା ।
ତୃତୀୟ ମିଛ: ଭାରତୀୟ ବ୍ରିଗେଡ ମୁଖ୍ୟାଳୟ ଧ୍ୱଂସ ପାଇଗଲା
ଭାରତର ଆକ୍ରମଣର କିଛି ଘଣ୍ଟା ମଧ୍ୟରେ, ପାକିସ୍ତାନୀ ଗଣମାଧ୍ୟମ ଭାରତୀୟ ବ୍ରିଗେଡ ମୁଖ୍ୟାଳୟ ଧ୍ୱଂସ ହୋଇଥିବା ଦାବି କରିବା ଆରମ୍ଭ କରିଦେଲା । ଏହି ଭିଡିଓକୁ ପାକିସ୍ତାନ ସମର୍ଥିତ ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ପୁନଃପୋଷ୍ଟ କରିଥିଲେ ।
ସତ ଘଟଣା ହଉଛି:
PIB (ପ୍ରେସ୍ ଇନଫର୍ମେଶନ୍ ବ୍ୟୁରୋ)ର ସତ୍ୟା ଯାଞ୍ଚରେ ଏହି ଭିଡିଓଟି ନକଲି ବୋଲି ମଧ୍ୟ ଜଣାପଡ଼ିଥିଲା ।
Comments are closed.