Latest Odisha News

BREAKING NEWS

ହାପି ବାର୍ଥ ଡେ ଡ୍ୟାନ୍ସିଙ୍ଗ ଲିଜେଣ୍ଡ୍‌ ପ୍ରଭୁଦେବା

ନୂଆଦିଲ୍ଲୀ: ପ୍ରସିଦ୍ଧ କୋରିଓଗ୍ରାଫର୍‌ ଅର୍ଥାତ୍‌ ଗଡ୍‌ ଅଫ୍‌ ଡ୍ୟାନ୍ସ ପ୍ରଭୁଦେବାଙ୍କର ଆଜି ୪୮ତମ ଜନ୍ମଦିନ। ତାଙ୍କର ନିଆରା ନୃତ୍ୟଶୈଳୀ ଦ୍ବାରା ସେ ଆଜି ବି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି।

ସେ ଏକାସାଙ୍ଗେ ଜଣେ ଭାରତୀୟ କୋରିଓଗ୍ରାଫର, ଚଳଚ୍ଚିତ୍ର ନିର୍ଦ୍ଦେଶକ, ନିର୍ମାତା ଏବଂ ଅଭିନେତା ମଧ୍ୟ। ସେ ମୁଖ୍ୟତଃ ତାମିଲ, ହିନ୍ଦୀ ଏବଂ ତେଲୁଗୁ ଭାଷା ଚଳଚ୍ଚିତ୍ରରେ କାମ କରିଛନ୍ତି। ୩୨ ବର୍ଷ ଧରି ସେ ଏହି କ୍ୟାରିୟରରେ ବିଭିନ୍ନ ପ୍ରକାରର ନୃତ୍ୟ ଶୈଳୀ ପରିବେଷଣ କରିଛନ୍ତି। ଏହାସହିତ ସେ ଶ୍ରେଷ୍ଠ କୋରିଓଗ୍ରାଫି ପାଇଁ ଦୁଇଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି। ୨୦୧୯ରେ, ନୃତ୍ୟରେ ବିଶେଷ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

ମୁକ୍କାବଲା, ମୈ ଐସା କ୍ୟୁଁ ହୁଁ ଭଳି ଭଳି ଗୀତରେ କୋରିଓଗ୍ରାଫ୍‌ କରିଛନ୍ତି ପ୍ରଭୁଦେବା। ସେ କେବଳ ନୃତ୍ୟରେ ପାରଙ୍ଗମ ନୁହଁନ୍ତି, ବରଂ ଅଭିନୟ ସହିତ ବେଶ୍‌ ଭଲ କମେଡି ମଧ୍ୟ କରିପାରନ୍ତି।

Leave A Reply

Your email address will not be published.