ପୁରୀ : ପୁରୀ ମେଡିକାଲ କଲେଜ ରାଗିଂ ଘଟଣାକୁ ନେଇ ବଢିଛି ଚର୍ଚ୍ଚା । ତେବେ ରାଗିଂ ମାମଲା ସାମ୍ନାକୁ ଆସିବା ପରେ ୩ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଣ୍ଟି ରାଗିଂ କମିଟି ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ୩ ଜଣ ସିନିଅରଙ୍କୁ ଛାତ୍ରଙ୍କୁ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ୟୁଜିସି ଓ ଏନଏମସିର ନିୟମ ଅନୁଯାୟୀ ସଂପୃକ୍ତ ଛାତ୍ରମାନଙ୍କର ଅଭିଭାବକମାନଙ୍କୁ ଚିଠି ଲେଖାଯିବା ଲାଗି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।
ସେପଟେ ଘଟଣାକୁ ନେଇ ପୁରୀ ଏସପି କହିଛନ୍ତି ତଦନ୍ତ ସରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ ଡିନ କହିଛନ୍ତି ଫ୍ଟାକ୍ଟ ଫାଇଣ୍ଡିଂ କମିଟିର ରିପୋର୍ଟକୁ ଅପେକ୍ଷା ରହିଛି । ଗତ ୧୭ ତାରିଖରେ ଜଣେ ପ୍ରଥମ ବର୍ଷର ଛାତ୍ର ଇଣ୍ଟରନାଲ ପରୀକ୍ଷା ଦେବାକୁ ଯାଉଥିବା ବେଳେ ତାଙ୍କୁ ୫୦୮ ନମ୍ବର ରୁମକୁ ଡକାଯାଇଥିଲା । ସେ ନିଶ ଦାଢ଼ି କାଟିଥିଲେ ମଧ୍ୟ ପୁଣି ଥରେ ନିଶଦାଢ଼ି କାଟିବା ପାଇଁ ପୀଡ଼ିତଙ୍କୁ କୁହାଯାଇଥିଲା । ପରେ ଉକ୍ତ ଛାତ୍ରମାନେ ତାଙ୍କୁ ଚଟାଣରେ ବସାଇ ଗଳା ଚିପି ନିଶଦାଢ଼ି କାଟି ଦେଇଥିଲେ । ଏନେଇ ଛାତ୍ର ଜଣଙ୍କ ୧୮ ତାରିଖରେ ଡିନଙ୍କ ନିକଟରେ ଅଭିଯୋଗ କରିଥିଲେ ।
Comments are closed.