Latest Odisha News

BREAKING NEWS

କବିତା : ଫେରିଆସିବୁ ଯଦି ଆ

ରତ୍ନମୟ ତ୍ରିପାଠୀ 

ଫେରି ଆସିବୁ ଯଦି ଆ
ଖୋଲା ରଖିଛି ଦୁଆର
ପ୍ରେମିଳ ହୃଦୟ
ଆଉ ବିସ୍ତିଣ୍ଣ ଆଶାର ଆକାଶ
ସବୁକିଛି ଏବେ ତୋର
ଦେଲି ତୋତେ ମୋର.. ପ୍ରିୟ ଫୁଲର ଅଗଣା
ଏବେ ତୁ ଯାହା ଚାହୁଁ କର
ଫୁଟା ତୁ ଗୋଲାପର ଫୁଲ
ଅବା ଲଗା କୃଷ୍ଣଚୂଡ଼ା
ଲଗାପଛେ କଣ୍ଟାର ବାଡ଼
ପ୍ରତିଶୃତି ଦେଲି
ତୋର ସବୁ ବିଚାରରେ ମୁଁ
ହଁ ହିଁ ଭରିବି ।

ଆଉ ଜମିରେ ଦିଆ ହେବନି ହିଡ଼
ଗଢ଼ା ହେବନି ଘରମଝିରେ କାନ୍ଥ
ଭାଗ ହେବେନି ବାପା ମା
ତୋର ଖୁସିରେ ମୋର ଖୁସି
ତୁ ଯଦି ଚାହୁଁ, ତୋ ପାଇଁ ହେବି ପରବାସୀ ।

ଫେରିଆସି ଦେଖ
ଏଠି କେମିତି ଅଳସୁଆ ହେଲାଣି ସକାଳ
ରାତିବି ଫେରୁଛି ଖୁବ ରାତିରେ
ଏବେ ଜହ୍ନସାଥେ କଥାହେବି ଭାବିଲେ
ସେବି ଚାଲିଯାଏ ଦୂରେ ।

ନିଶବ୍ଦ ଝରଣା ତୋତେ କହିଥିଲି ସିନା
ତୁଯଦି ଚାହୁଁ ଶବ୍ଦମୟ ହେଉ ମୋ ଅଗଣା
ନିସର୍ତ୍ତ ସମର୍ଥନ ଦେଇ ସମର୍ପିଲି
ପ୍ରେମର ପିଆଲା
ଚାହୁଁଯଦି ଦେବୁ ତୁ ଅମୃତ
ଅବା ଦେବୁ ବିଷ ଭରି
ହେଲେ ଥରେ ତୁ ଫେରିଆ ।

ଅଧ୍ୟୟନ, ବଲାଙ୍ଗୀର

Leave A Reply

Your email address will not be published.