Latest Odisha News

କେଜ୍ରିଓ୍ବାଲଙ୍କ ଇସ୍ତଫା ଉପରେ ଦିଓ୍ବାର ଫିଲ୍ମ ଡାଇଲଗ କହିଲେ ରାଘବ ଚଡ୍ଡା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଇ ଦିନ ମଧ୍ୟରେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଆମ୍ ଆଦମୀ ପାର୍ଟିର ନେତାମାନେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଆପ୍ ସାଂସଦ ରାଘବ ଚଡ୍ଡା ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କୁ ଅଭିଯୁକ୍ତ ବୋଲି କୁହାଯାଇଥିଲା, ଦୋଷ ଲଦାଗଲା । ତେଣୁ କେଜ୍ରିଓ୍ବାଲ ଏବେ ସଚ୍ଚୋଟତାର ପରୀକ୍ଷା ଏବଂ ଅଗ୍ନି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ଜନତା ଏବେ ଝାଡୁ ବଟନ୍ ଦବାଇ କେଜ୍ରିୱାଲ ଜୀଙ୍କୁ ସଚ୍ଚୋଟ ଘୋଷଣା କରିବେ ।

ରାଘବ ଚଡ୍ଡା କହିଛନ୍ତି ଯେ, ୨୦୨୫ ନିର୍ବାଚନ ମାଧ୍ୟମରେ ଦିଲ୍ଲୀର ଲୋକମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ସଚ୍ଚୋଟ ଘୋଷଣା କରିବେ । ଫିଲ୍ମ ଦିୱାରରେ ଯେପରି ଅମିତାଭ ବଚ୍ଚନଙ୍କ ହାତରେ ଯାହା ଲେଖା ହୋଇଥିଲା, ତାହାର ଓଲଟା ଭାବେ ଦିଲ୍ଲୀର ଲୋକମାନେ ସେମାନଙ୍କ ହାତରେ ଲେଖିବେ ଯେ ଆମ କେଜ୍ରିୱାଲ ସଚ୍ଚୋଟ ଅଟନ୍ତି ।

ରାଘବ ଆହୁରି କହିଛନ୍ତି ଯେ. ୨୦୨୦ରେ ଅରବିନ୍ଦ କେଜ୍ରିୱାଲ କାମ ଆଧାରରେ ଭୋଟ୍ ମାଗିଥିଲେ ଏବଂ ସେ କହିଥିଲେ ଯେ ଯଦି ମୁଁ କାମ କରିଛି ତେବେ ମୋତେ ଭୋଟ୍ ଦିଅ । ଯଦି ମୁଁ କାମ କରିନାହିଁ ତେବେ ମୋତେ ଭୋଟ୍ ଦିଅ ନାହିଁ ।

Comments are closed.