Latest Odisha News

BREAKING NEWS

ଶ୍ରମିକରୁ ମୁଖ୍ୟମନ୍ତ୍ରୀ ଆଉ ଏବେ ରାଜ୍ୟପାଳ ଭଳି ସାମ୍ବିଧାନିକ ପଦ ଦେଇଛି ବିଜେପି- ରଘୁବର ଦାସ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଜଣେ ଶ୍ରମିକଙ୍କୁ ସାମ୍ବିଧାନିକ ପଦ ରାଜ୍ୟପାଳ ଦାୟିତ୍ୱ ଦେଇଛି ବିଜେପି । ଏହା ମୋ ପାଇଁ ଏକ ନୂଆ ଅନୁଭବ  । ଓଡ଼ିଶାର ରାଜ୍ୟପାଳ ଭାବେ ନାଁ ଘୋଷଣା କରାଯିବା ପରେ ନିଜ ପ୍ରତିକ୍ରିୟା ରଖି ଏପରି କହଛନ୍ତି ଓଡ଼ିଶାର ପରବର୍ତ୍ତୀ ରାଜ୍ୟପାଳ ରଘୁବର  ଦାସ । ସେ ଏଥିପାଇଁ ଦଳ ପାଖରେ ନିଜର କୃତଜ୍ଞତା ପ୍ରକାଶ କରିଥିଲେ ।

ଆଜି ମିଡିଆକୁ ଏକ ସାକ୍ଷାତ ଦେଇ ରାଜ୍ୟପାଳ ରଘୁବର  ଦାସ କହିଛନ୍ତି,  ବିଧାୟକ ଭାବେ କାମ କରିବାର ଅନୁଭବ ଥିଲା । ହେଲେ ସାମ୍ବିଧାନିକ ପଦରେ କାମ କରିବାର ଏହା ପ୍ରଥମ । ତେବେ ପ୍ରଧାନମନ୍ତ୍ରୀ ମୋଦି ଆଦର୍ଶରେ କାମ କରିବି । ମୋଦିଙ୍କର ନୀତି ସଂଘୀୟ ଢାଞ୍ଚାରେ କାମ କରବା ପାଇଁ ପ୍ରେରଣା ଦେଇଥାନ୍ତି । ଦେଶର ବିକାଶ ହେବ, ରାଜ୍ୟର ବିକାଶ ହେବ । ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟିମ ଇଣ୍ଡିଆ ଆଦର୍ଶକୁ ନେଇ ଓଡ଼ିଶାର ବିକାଶକୁ ଆହୁରି ଉଚ୍ଚା କରିବା  ପାଇଁ କାମ କରିବେ ବୋଲି କହିଛନ୍ତି ରଘୁବର ଦାସ ।

କହିରଖିବୁ, ପ୍ରଥମ ଥର ଟାଟା ଷ୍ଟିଲର ଏକ ମଜଦୁରକୁ ବିଧାୟକ ଏବଂ ତା ପରେ ମନ୍ତ୍ରୀ,ଏବଂ ମୁଖ୍ୟମନ୍ତ୍ରୀ ହୋଇଥିଲେ ରଘୁବର ଦାସ । ଏବେ ଓଡ଼ିଶାର ରାଜ୍ୟପାଳ ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

୨୦୧୪ରୁ ୨୦୧୯ ମଧ୍ୟରେ ରଘୁବର ଦାସ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୫ରେ ବିହାର ଓ ଝାଡ଼ଖଣ୍ଡ ଗୋଟିଏ ରାଜ୍ୟ ହୋଇଥିବା ବେଳେ ରଘୁବର ଦାସ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।  ଏବେ ରାଷ୍ଟ୍ରପତି ଥିବା ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ସରି ଯାଇଛି । ତାଙ୍କ ସ୍ଥାନରେ ରଘୁବର ଦାସଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ରଘୁବର କିପରି ତାଙ୍କ ଦାୟିତ୍ୱ ତୁଲାଇବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କାରଣ ଗଣେଶୀଲାଲ ଅଧ୍ୟାପନାରୁ ରାଜନୀତିକୁ ଆସିଥିବାବେଳେ ରଘୁବର ଦାସ ଟାଟା କର୍ମଚାରୀରୁ ରାଜନୀତିକୁ ଆସିଛନ୍ତି । ସେହିପରି ଗଣେଶୀଲାଲଙ୍କ ଆଧ୍ୟତ୍ମିକତା ଏପଂ ପରମ୍ପରା ସହ ଜଡିତ ରହିବା ନୀତିକୁ ଓଡ଼ିଶାବାସୀ ଖୁବ ପସନ୍ଦ କରୁଥିଲେ ।

Leave A Reply

Your email address will not be published.