Latest Odisha News

BREAKING NEWS

ରାତାରାତି ଭାଗ୍ୟ ବଦଳାଇଲା ଅନଲାଇନ୍ ଗେମ୍, ୪୯ ଟଙ୍କାରେ ଲାଗିଲା ୩ କୋଟିର ଜ୍ୟାକପଟ୍

କେନ୍ଦୁଝର: ରାତାରାତି ବଦଳି ଯାଇଛି ଭାଗ୍ୟ। ଦିନ ମଜୁରିଆ ଜୀବନ ଜିଉଁଥିବା ଜଣେ ଯୁବକ ଆଜି ପାଲଟି ଯାଇଛନ୍ତି କୋଟିପତି। ଅନଲାଇନ ଗେମରେ ଜ୍ୟାକପଟ୍‌ ଲାଗିବା ପରେ ତିନି କୋଟି ଟଙ୍କା ସହ ଗୋଟିଏ ମହେନ୍ଦ୍ର ଥର୍‌ ଗାଡି ଜିତିଛନ୍ତି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ଚମକପୁର କ୍ଷେତ୍ରର ରେଭେନସାପୁର ଗ୍ରାମର ଗୁରୁଚରଣ ଜମୁଦା (୨୯)।

ଏହି ଘଟଣାକୁ ନେଇ ଗୁରୁଚରଣଙ୍କ ପରିବାର ସହ ଅଞ୍ଚଳେରେ ଖୁସିର ଲହରୀ ଖେଳି ଯାଇଛି। ଗୁରୁଚରଣ ଅନଲାଇନ ଆପ୍ ଦ୍ୱାରା ଆଇପିଏଲ୍‌ରେ ମାତ୍ର ୪୯ ଟଙ୍କା ଲଗାଇ ତିନି କୋଟି ଟଙ୍କା ସହ ଏକ ମହିନ୍ଦ୍ରା ଥର୍‌ ମଧ୍ୟ ମିଳିବ ବୋଲି ଜଣାପଡିଛି। ଜ୍ୟାକପଟ୍‌ ଲାଗିବା ପରେ ମୁମ୍ବାଇରୁ ଅନଲାଇନ୍‌ ଆପ୍‌ର ମ୍ୟାନେଜର ଗୁରୁଚରଣକୁ ଫୋନ ଓ ଇ-ମେଲ ଦ୍ୱାରା ଅଭିନନ୍ଦନ ଜଣାଇବା ସହ ଜ୍ୟାକପଟ୍‌ ଜିତିବା ଖବର ଦେବା ପରେ ପରିବାରରେ ଏବେ ଖୁସିର ପରିବେଶ।

ଆର୍ଥିକ ମାନ୍ଦାବସ୍ଥାରୁ ଗୁରୁଚରଣ ନିଜ ଏକ ଘର ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ କରି ରଖିଥିଲେ। ଅଭାବ ଅସୁବିଧା କାରଣରୁ ୨୦୨୪ ରେ ଆରମ୍ଭ କରିଥିଲେ ଅନଲାଇନ୍‌ ଆପ୍‌ ସହ ମିତ୍ରତା। ଗୁରୁଚରଣ ଗତବର୍ଷ ଜୁନ ମାସରେ ଅନଲାଇନ୍‌ ବ୍ୟାଟିଂ ଆପ୍‌ ସହ ଯୋଡି ହୋଇଥିଲେ। ଏହା ଶିଖିବା ପାଇଁ କିଛି ମାସ ୟୁଟ୍ୟୁବରେ ଏହା ବିଷୟରେ ତଥ୍ୟ ନେଇ ବ୍ୟାଟିଂ ଆପ୍‌ରେ ପ୍ରୟାସ କରିଲେ। ଗତ ୨୫ ତାରିଖ ଦିନ ଗୁଜୁରାଟ ବନାମ ପଞ୍ଜାବ ଆଇପିଏଲ ମ୍ୟାଚରେ ମାତ୍ର ୪୯ ଟଙ୍କା ଲଗାଇ ଶୋଇ ପଡିଥିଲେ ଗୁରୁଚରଣ।

ଅଧା ରାତିରେ ନିଦ ଭାଙ୍ଗିବାରୁ ଗୁରୁଚରଣ ଆପ୍‌ ଖୋଲି ଯାହା ଦେଖିଲେ ତାହା ତାଙ୍କ ଆଖିକୁ ବିଶ୍ୱାସ ହେଲା ନାହିଁ। ତୁରନ୍ତ ଯାଇ ସେ ପାଖ ଘରେ ଥିବା ବଡ଼ ଭାଇଙ୍କୁ ନିଜ ମୋବାଇଲ ଦେଖାଇଲେ। ୱାଲଟରେ ତିନି କୋଟି ଟଙ୍କା ଆସିଥିବା ବଡ ଭାଇ ଦେଖି କହିବାରୁ ଜ୍ୟାକପଟ୍‌ ଲାଗିଥିବା ଖୁସିରେ ଭାଇକୁ କୁଣ୍ଢେଇ ପକାଇଥିଲେ ଗୁରୁଚରଣ।

Comments are closed.