Latest Odisha News

BREAKING NEWS

ବିସିସିଆଇ କଂଟ୍ରାକ୍ଟ ଲିଷ୍ଟ: ରାହାଣେ, ପୂଜାରା ଗ୍ରେଡ ବି’କୁ ଖସିଲେ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନୂତନ କଂଟ୍ରାକ୍ଟ ଲିଷ୍ଟ ଜାରୀ କରିଛି । ଟେଷ୍ଟ ଟିମରୁ ବାଦ ପଡିଥିବା ମିଡିଲ ଅର୍ଡରର ଦୁଇ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରା ଗ୍ରେଡ ବି’ରେ ରଖାଯାଇଛି । ଏହି ୨ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ନିକଟରେ ନୈରାଶ୍ୟଜନକ ରହିଥିଲା । ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାକୁ ଗ୍ରେଡ ସି’ରେ ସ୍ଥାନ ମିଳିଛି । ଏହି ୩ ସିନିୟର ଖେଳାଳି କଂଟ୍ରାକ୍ଟ ଲିଷ୍ଟରେ ପୂର୍ବରୁ ଗ୍ରେଡ ଏ’ରେ ଥିଲେ । ସେହିପରି ୱିକେଟ କିପର ରିଦ୍ଧିମାନ ଶାହ ଗ୍ରେଡ ବି’ରୁ ସି’କୁ ଖସି ଆସିଛନ୍ତି ।

ସୂଚନାଯୋଗ୍ୟ, ବିସିସିଆଇ କଂଟ୍ରାକ୍ଟ ଲିଷ୍ଟ ୪ଟି ଗ୍ରେଡରେ ଭାଗ କରାଯାଇଛି । ଏ ପ୍ଲସରେ ସାମିଲ ଖେଳାଳିଙ୍କୁ ସର୍ବାଧିକ ବାର୍ଷିକ ୭କୋଟି ଲେଖାଁଏ ମିଳିଥାଏ । ଏହା ପଛକୁ ଗ୍ରେଡ ଏ’ରେ, ବି’ ଓ ସି’ରେ ସାମିଲ ଖେଳାଳିଙ୍କୁ ଯଥାକ୍ରମେ ୫, ୩ ଓ ୧ କୋଟି ଲେଖାଁଏ ମିଳିଥାଏ ।

Comments are closed.