Latest Odisha News

BREAKING NEWS

ୟୁକ୍ରେନରେ ଯବାନ ସମେତ ଦୁଇ ହଜାରରୁ ଅଧିକ ସାଧାରଣ ଲୋକଙ୍କ ଜୀବନ ଗଲାଣି

ଭୁବନେଶ୍ୱର: ସପ୍ତାହେ ବ୍ୟାପୀ ୟୁକ୍ରେନ ଉପରେ ଋଷ ଆକ୍ରମଣ କରି ଚାଲିଛି । ଏହାରି ଭିତରେ ୟୁକ୍ରେନରେ ଅନେକ ଲୋକ ପ୍ରାଣ ହରାଇଲେଣି । ଏହା ସହିତ ୟୁକ୍ରେନର ବଡ଼ବଡ଼ ସହର ଓ ପ୍ରତିଷ୍ଠାନ ମିସାଇଳ ଓ ବୋମା ମାଡ଼ରେ ଧ୍ୱସଂ ହୋଇଗଲାଣି । ଋଷ ଜାରି ରଖିଥିବା ହମଲାେରେ ଏଯାବତ ୨ ହଜାରରୁ ଅଧିକ ସାଧାରଣ ଲୋକଙ୍କ ପ୍ରାଣ ଗଲାଣି । ଶତାଧିକ ଶୈନ୍ୟ ମଧ୍ୟ ଦେଶ ପାଇଁ ଜୀବନ ଦେଇଛନ୍ତି । ଏ ସମ୍ପର୍କରେ ଆଜି ୟୁକ୍ରେନ ସରକାର ସୂଚନା ଦେଇଛନ୍ତି ।

ୟୁକ୍ରେନର ଏମର୍ଜେନ୍ସି ସର୍ଭିସ ପକ୍ଷରୁ ସୂଚନା ଦିଆଯାଇଛି କି, ଋଷର ଯବାନମାନେ ଜନବସତି, ହସ୍ପିଟାଲ ଓ ସ୍କୁଲ ଉପରେ ହମଲା କରିବାକୁ ମଧ୍ୟ ପଛାଇ ନାହାନ୍ତି । ଯୁଦ୍ଧର ସପ୍ତାହେ ମଧ୍ୟରେ ୨ ହଜାରରୁ ଅଧିକ ଲୋକ ଋଷ ଗୁଳିର ଶିକାର ହୋଇଛନ୍ତି ।

ଋଷର ବୋମା ବର୍ଷଣ ଯୋଗୁଁ ଶତାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ, ପରିବହନ ବ୍ୟବସ୍ଥା, ହସ୍ପିଟାଲ, ଆଶ୍ରୟସ୍ଥଳ ଓ ସାଧାରଣ ଲୋକଙ୍କ ଘର ଛିନଛତ୍ର ହୋଇଯାଇଛି । ଟିଭି ଟାୱାରକୁ ଋଷ ଉଡ଼ାଇ ଦେଇଥିବାରୁ ଅନେକ ଚ୍ୟାନେଲ ମଧ୍ୟ ବନ୍ଦ ଅଛି । ଏକାଧିକ ତୈଳ ଡ଼ିପୋ ଓ ବିଜୁଳି ଷ୍ଟେସନ ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ହୋଇଛି ।

ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଦାବି କରିଛନ୍ତି ଯେ, ଋଷର ୬ ହଜାରରୁ ଅଧିକ ଯବାନ ପ୍ରାଣ ହରାଇଛନ୍ତି । ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ୨୪ ଫେବ୍ରୁଆରୀରୁ ମାର୍ଚ୍ଚ ୨ ମଧ୍ୟରେ ରୁଷର ୨୧୧ଟି ଟ୍ୟାଙ୍କ ନଷ୍ଟ ହୋଇଛି। ସେହିପରି ୮୬୨ ଯୁଦ୍ଧ ବାହାନ, ୮୫ଟି ତୋପ, ୪୦ଏମ୍ଏଲ୍ଆର୍ଏସ୍କୁ ୟୁକ୍ରେନ ସେନା ଉଡ଼ାଇ ଦେଇଛନ୍ତି।

ରୁଷର ୩୦ଟି ଯୁଦ୍ଧ ବିମାନ ଓ ୩୧ଟି ହେଲିକପ୍ଟରକୁ ଗୁଳି କରି ଖସାଇ ଦିଆଯାଇଛି। ଏହାବାଦ ୩୩୫ ଗାଡ଼ି, ୬୦ଟି ଫୁଏଲ ଟ୍ୟାଙ୍କ ଓ ତିନୋଟି ୟୁଏଭିକୁ ମଧ୍ୟ ଧ୍ୱଂସ କରି ଦିଆଯାଇଛି।

Comments are closed, but trackbacks and pingbacks are open.