Latest Odisha News

BREAKING NEWS

ଆଇପିଏଲ: ରାହାନେ କୋଲକାତା ଅଧିନାୟକ ନିଯୁକ୍ତ

କୋଲକାତା: ଆଇପିଏଲର ଗତ ସଂସ୍କରଣ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ୨୦୨୫ ପାଇଁ ଦଳର ଅଧିନାୟକଙ୍କ ନାମ ଘୋଷଣା କରିଛି । ଅଜିଙ୍କ୍ୟ ରାହାନେଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଭେଙ୍କଟେଶ ଆୟାରଙ୍କୁ ଉପ ଅଧିନାୟକ କରାଯାଇଛି । ଶ୍ରେୟାଶ ଆୟାରଙ୍କ ସ୍ଥାନରେ ରାହାନେ ଏହି ଦାୟିତ୍ୱ ତୁଲାଇବେ । ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ୨ଟି ସଂସ୍କରଣ ଖେଳିବା ପରେ ମେଗା ନିଲାମରେ କୋଲକାତା ତାଙ୍କ ନେଇଛି । ମୁମ୍ବାଇର ଏହି ସିନିୟର ଖେଳାଳି ୨୦୧୮ ଓ ୧୯ରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ସେ ରଣଜୀ କ୍ରିକେଟରେ ମୁମ୍ବାଇ ଦଳର ନେତୃତ୍ୱ ମଧ୍ୟ କରିଛନ୍ତି ।

ଏହା ବ୍ୟତୀତ ଟିମ ଇଣ୍ଡିଆରେ ବିରାଟ କୋହଲି ଅଧିନାୟକ ଥିବା ବେେ ସେ କିଛି ଦିନ ଉପ ଅଧିନାୟକ ମଧ୍ୟ ରହିଛନ୍ତି । କେକେଆର ସିଇଓ ଭେଙ୍କି ମହୀସୁର ମଙ୍ଗଳବାର ଏହି ଘୋଷଣା କରିଛନ୍ତି । ରାହାନେଙ୍କ ନେତୃତ୍ୱରେ ଦଳ ପୂନର୍ବାର ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Comments are closed.