Latest Odisha News

ଗୁଜବ ଖବର ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ ! ଏପରି କାହିଁକି କହିଲେ ଗାୟକ

ମୁମ୍ବାଇ: ଗିରଫ ହୋଇନାହାଁନ୍ତି ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନ। ତାଙ୍କ ବିଷୟରେ ଗତକାଲି ଏକ ଖବର ଆସିଥିଲା ଯେ ତାଙ୍କୁ ଦୁବାଇ ବିମାନବନ୍ଦରରେ ପୋଲିସ ଗିରଫ କରିଛି। କିନ୍ତୁ ବର୍ତ୍ତମାନ ସେ ନିଜେ ଏକ ଭିଡିଓ ଜାରି କରି ଏହି ରିପୋର୍ଟକୁ ଅସ୍ବୀକାର କରିଛନ୍ତି।

ଦୁବାଇରୁ ଏକ ଭିଡିଓ ଜାରି କରି ରାହତ ଫତେହ ଅଲି ଖାନ କହିଛନ୍ତି,‘ମୁଁ ଦୁବାଇରେ ମୋର ଗୀତ ରେକର୍ଡିଂ କରିବାକୁ ଆସିଛି। ଏଠାରେ ମୋ ଗୀତକୁ ଭଲ ରେକର୍ଡ କରାଯାଉଛି। ଏଠାରେ ସବୁକିଛି ଠିକ ଅଛି। ମୁଁ କେବଳ ଏତିକି କହିବି, ଆପଣମାନେ ଗୁଜବ, ମିଥ୍ୟା ଖବର ପ୍ରତି ଧ୍ୟାନ ନଦିଅନ୍ତୁ। ଏଥିପାଇଁ ଅନୁରୋଧ କରିବି। ଶତ୍ରୁମାନେ ଯାହା ଭାବୁଛନ୍ତି ତାହା ଠିକ୍ ନୁହେଁ। ମୁଁ ଖୁବ ଶୀଘ୍ର ମୋ ଦେଶକୁ ଫେରିବି। ମୁଁ ସୁପରହିଟ ଗୀତ ସହିତ ମନୋରଞ୍ଜନ କରିବି। ବିଶ୍ୱରେ ମୋର ସମସ୍ତ ପ୍ରଶଂସକ, ମିଥ୍ୟା ଖବର ଶୁଣନ୍ତୁ ନାହିଁ ଏବଂ ଆପଣଙ୍କର ସମୟ ନଷ୍ଟ କରନ୍ତୁ ନାହିଁ। ଆପଣମାନେ ମୋର ଶକ୍ତି। ମୁଁ ଆପଣଙ୍କୁ ଭଲପାଏ।’

ସୂଚନାଯୋଗ୍ୟ, ଗତକାଲି ରାହତ ଫତେହ ଅଲି ଖାନଙ୍କୁ ତାଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମ୍ମଦଙ୍କ ଅଭିଯୋଗରେ ଦୁବାଇ ବିମାନବନ୍ଦରରୁ ଗିରଫ କରାଯାଇଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ରାହତ ତାଙ୍କ ସଙ୍ଗୀତ ପ୍ରଦର୍ଶନ ପାଇଁ ଦୁବାଇ ଯାଇଥିଲେ। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ରାହତ ଫତେହ ଅଲି ଖାନଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମ୍ମଦ ଏହି ଗାୟକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଦୁବାଇ ବିମାନବନ୍ଦରରେ ଗିରଫ କରାଯାଇଛି।

Comments are closed.