Latest Odisha News

BREAKING NEWS

ଭିକେ ପାଣ୍ଡିଆନଙ୍କ ସଂପର୍କିତ ବିବାଦୀୟ ଓ କପୋଳକଳ୍ପିତ ଖବର ଛାପିଥିବାରୁ ନିସର୍ତ୍ତ କ୍ଷମା ମାଗିଲା ଇଂରାଜୀ ଖବର କାଗଜ

ଭୁବନେଶ୍ୱର: ଇଂରାଜୀ ଖବର କାଗଜ ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌’ ଓ ମଣ୍ଣିଂ ଷ୍ଟାଣ୍ଡାର୍ଡରେ ସାମ୍ବାଦିକ ସାହିଦ ଫରିଦଙ୍କ ‘ପାୱାର ଗେମ୍ସ’ ନାମରେ ଏକ ସ୍ତମ୍ଭ ପ୍ରକାଶ ପାଇଥିଲା। ଯେଉଁଥିରେ ବରିଷ୍ଠ ବିଜେଡି ନେତା ଓ କେନ୍ଦ୍ର ବିଜେପି ନେତାଙ୍କ ସହିତ ଆଲୋଚନା ହୋଇଥିଲା ବୋଲି ଉଲ୍ଲେଖ ରହିଥିଲା। ଏହି ତଥ୍ୟକୁ ଉଭୟ ପକ୍ଷ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଣ୍ଡନ କରିଛନ୍ତି।

ଏହି ବିଷୟରେ ସ୍ପଷ୍ଟତା ଆସିଥିବାରୁ ସଂପୃକ୍ତ ଖବର କାଗଜ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଆଉ ମଧ୍ୟ କହିଛନ୍ତି, ‘ଆମେ ନିଶ୍ଚିତ ଯେ, କୌଣସି ବିଜେପି କେନ୍ଦ୍ର ନେତାଙ୍କ ସହ ଭି.କେ ପାଣ୍ଡିଆନଙ୍କ ଭେଟ କିମ୍ବା କଥାବାର୍ତ୍ତା ହୋଇନାହିଁ’। ଯେଉଁଥିପାଇଁ ତାଙ୍କ ଦ୍ୱାରା ପ୍ରକାଶତି ଖବର ସେ ସଂଶୋଧିତ କରିଛନ୍ତି। ଏପରି ଭୁଲ୍ ପାଇଁ ସେ ଦୁଃଖିତ ବୋଲି ପ୍ରକାଶ କରିଛନ୍ତି ।

ଏହିପରି କପୋଳକଳ୍ପିତ ଖବର ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌’ ପରି ପ୍ରତିଷ୍ଠିତ ଖବରକାଗଜ ଛାପିବା ପୂର୍ବରୁ ତାକୁ ଥରେ ଯାଂଚ କରି ପ୍ରକାଶ କରିଥିଲେ ଏହି ଭୁଲ୍ ହୋଇନଥାନ୍ତା । ଆମେ ଆଶା କରୁଛୁ ଆଗାମୀ ଦିନ ମାନଙ୍କରେ ଏଭଳି ଭୁଲ୍‌ର ପୁନରାବୃତ୍ତି ହେବ ନାହିଁ ବୋଲି କହିଛି ବିଜେଡି।

Comments are closed.