ନୂଆଦିଲ୍ଲୀ: କରୋନା କବଳରୁ ମୁକଳିବା ପାଇଁ ଅନ୍ୟ ଦେଶଗୁଡିକରେ ସମସ୍ତ ରାଜନୈତିକ ଦଳଗୁଡିକ ଏକ ହେଉଥିବା ବେଳେ ଭାରତରରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଯାହା ଫଳରେ କରୋନା ଆମକୁ ଗ୍ରାସ କରିବାରେ ଲାଗିଛି । ଭ୍ୟାକ୍ସିନ ନେଇ ଗୁଜବ ସୃଷ୍ଟି କରିବାଠାରୁ ଆରମ୍ଭ କରି ଅକ୍ସିଜେନ କଳାବଜାରୀ ପର୍ଯ୍ୟନ୍ତ ସବୁ କିଛି ରଣନୀତି ଆପଣାଇବାକୁ ବିରୋଧୀ ଦଳ ପଛାଉ ନାହାନ୍ତି । ଏବେ କଂଗ୍ରେସର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସୋସିଆଲ ସାଇଟରେ ଲେଖିଛନ୍ତି ମୋଦି ଜୀ, ଆମ ପିଲାଙ୍କ ଟୀକା ବିଦେଶ କାହିଁକି ପଠାଇଦେଲେ । ଏହି ପୋଷ୍ଟର ଶେୟାର କରିବା ସହ ରାହୁଲ ଲେଖିଛନ୍ତି ଦମ୍ ଅଛି ତ ମୋତେ ବି ଗିରଫ କରି ।
ସୂଚନା ଯୋଗ୍ୟ ଭାରତର ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରାଯାଇ ଏ ଭଳି ଏକ ପୋଷ୍ଟର ଦିଲ୍ଲୀ ଲଗା ଯାଇଥିଲା । ପୋଲିସ ଘଟଣାର ଅନୁଧ୍ୟାନ କରିବା ସହ ଏ ନେଇ ୧୭ଜଣଙ୍କୁ ଗିରଫ କରିଛି ।
Comments are closed.