Latest Odisha News

BREAKING NEWS

ଡ୍ରାଭିଡ ହୋଇପାରନ୍ତି ଇଂଲଣ୍ଡ ଟେଷ୍ଟ ଟିମର କୋଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ କୋଚ ରାହୁଲ ଡ୍ରାଭିଡ ଏବେ ଇଂଲଣ୍ଡ ଟେଷ୍ଟ ଟିମର ଗୁରୁ ଦାୟିତ୍ୱ ନେଇପାରନ୍ତି । ରିପୋର୍ଟ ମୁତାବକ ଡ୍ରାଭିଡ ଇଂଲଣ୍ଡ ମୂଖ୍ୟ କୋଚ ଦୌଡରେ ଆଗରେ ରହିଛନ୍ତି । ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ସମ୍ଭାବ୍ୟ କୋଚଙ୍କ ତାଲିକାରେ ତାଙ୍କ ନାମ ରଖିଛି । ବ୍ରେଣ୍ଡନ ମ୍ୟାକକୁଲାମ ମୂଖ୍ୟ କୋଚ ପଦ ଛାଡିବା ପରେ ଏବେ ଏହା ଖାଲି ପଡିଛି । ଆଣ୍ଡି ଫ୍ଲାୱାର, ଆଣ୍ଡ୍ର‌୍ୟୁ ଫ୍ଲିଂଟଫ, ଜଷ୍ଟିନ ଲାଙ୍ଗର ଏବଂ ଡ୍ରାଭିଡଙ୍କ ମଧ୍ୟରୁ ଜଣେ ଏହି ଦାୟିତ୍ୱ ତୁଲାଇ ପାରନ୍ତି ।

୫୩ ବର୍ଷୀୟ ଡ୍ରାଭିଡଙ୍କ ପ୍ରଶିକ୍ଷଣରେ ଭାରତ ୨୦୨୪ ଟି୨୦ ବିଶ୍ୱକପ ଜିତିବା ସହ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା । ୧୯ ବର୍ଷରୁ କମ ଟିମର କୋଚ ଦାୟିତ୍ୱ ମଧ୍ୟ ସେ ସୁଚାରୁରୂପେ ତୁଲାଇଥିଲେ । ଡ୍ରାଭିଡ ଫୁଲ ଟାଇମ କୋଚ ହେବାକୁ ଚାହୁଁ ନାହାନ୍ତି । କେବଳ ଟେଷ୍ଟ କ୍ରିକେଟରେ ଦାୟିତ୍ୱ ତୁଲାଇଲେ ପରିବାରକୁ ସମୟ ଦେଇପାରିବେ ବୋଲି କହିଛନ୍ତି । ଇସିବି ଆସନ୍ତା ବର୍ଷ ଆଶେଷ ସିରିଜକୁ ଆଖି ଆଗରେ ରଖି ଖୁବ ଶୀଘ୍ର ମୂଖ୍ୟ କୋଚ ନିଯୁକ୍ତ କରିବାକୁ ଚାହିଁବ ।

Leave A Reply

Your email address will not be published.