Latest Odisha News

BREAKING NEWS

ମିଳିଲା ଟିମ ଇଣ୍ଡିଆକୁ ନୂତନ କୋଚ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ମହାନ ଖେଳାଳି ରାହୁଲ ଡ୍ରାଭିଡ ଜାତୀୟ ସିନିୟର ଦଳର ନୂତନ କୋଚ ହେବେ । ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ଡ୍ରାଭିଡ ଏଥିନେଇ ସହମତ ମଧ୍ୟ ହୋଇଛନ୍ତି । ଟି୨୦ ବିଶ୍ୱକପ ପରେ ସେ ଦଳ ସହିତ ଯୋଗ ଦେବେ । ୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ପାରସ ମାହାମ୍ବ୍ରେଙ୍କୁ ବୋଲିଂ କୋଚ ଭାବେ ନିଯୁକ୍ତ କରାଯାଇଛି । ଡ୍ରାଭିଡ ଏବେ ଏନସିଏର ଅଧ୍ୟକ୍ଷ ଅଛନ୍ତି । ସେ ଖୁବ୍ ଶୀଘ୍ର ତାଙ୍କ ପଦରୁ ଇସ୍ତଫା ଦେବେ ।

ଫିଲ୍ଡିଂ କୋଚ ଆର.ଶ୍ରୀଧର ଓ ବ୍ୟାଟିଂ କୋଚ ବିକ୍ରମ ରାଠୋର ତାଙ୍କ ପଦ ବଜାୟ ରଖିବେ ବୋଲି ଜଣାପଡିଛି । ଟି୨୦ ବିଶ୍ୱକପ ପରେ ରବି ଶାସ୍ତ୍ରୀ ତାଙ୍କ ପଦ ଛାଡିବେ ।

Leave A Reply

Your email address will not be published.