Latest Odisha News

ଆରମ୍ଭ ହେବ ଭାରତ ଯୋଡୋ ଯାତ୍ରାର ୨ୟ ଚରଣ: ଏଥର ଉତ୍ତର ଭାରତ ଉପରେ ଫୋକସ

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ବିଜେପିକୁ ମାତ ଦେବାପାଇଁ ସଜବାଜ ହେଲାଣି  । ଏହିକ୍ରମରେ ଇଣ୍ଡିଆ ମେଣ୍ଟ ସବୁ ରାଜ୍ୟରେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି କରିଛି । ଏପଟେ କଂଗ୍ରେସ ୨୦୨୪ ଜାନୁଆରୀ ପ୍ରଥମ ସପ୍ତାହରୁ ଭାରତ ଯୋଡୋ ଯାତ୍ରାର ୨ୟ ପର୍ଯ୍ୟାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛି ।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରା ବେଶ ସଫଳ ହୋଇଥିଲା । ଏହି ଯାତ୍ରା ଦଳକୁ ବେଶ ସଫଳତା ଦେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ସାଧାରଣ ନିର୍ବାଚନ ପୂର୍ବରୁ ଭାରତ ଯୋଡୋ ଯାତ୍ରାର ୨ୟ ପର୍ଯ୍ୟାୟ ଆରମ୍ଭ କରିବା ନେଇ ବିଚାର ବିମର୍ଷ କରୁଛି ।

ମିଳିଥିବା ସୂଚନା ଅନୁସାରେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଭାରତ ଯୋଡୋ ଯାତ୍ରା ୨.୦ ହାଇବ୍ରିଡ ମୋଡରେ ହେବ । ଏଥିରେ ଅଂଶ ଗ୍ରହଣ କରୁଥିବା କର୍ମୀମାନେ ଚାଲି ଚାଲି ଯିବା ସହ ଗାଡି ବି ବ୍ୟବହାର କରିପାରିବେ । ଯାତ୍ରା ପାଇଁ ୨ଟି ରୁଟ ଖୋଜା ଯାଉଛି । ଯଦି ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଗଲା ତେବେ ଭାରତ ଯୋଡୋ ଯାତ୍ରାର ୨ୟ ପର୍ଯ୍ୟାୟ ଯାତ୍ରା  ପୂର୍ବତ୍ତୋର ରାଜ୍ୟରୁ ଆରମ୍ଭ ହେବ । ଏଥର ଯାତ୍ରାରେ ବିହାର, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରକୁ ଦିଆଯିବ । ଡିସେମ୍ବର ୨୧ ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏହି ଯାତ୍ରା  ଉପରେ ଚର୍ଚ୍ଚା କରାଯିବ ଏବଂ ସମର୍ଥନ ସଂଗ୍ରହ କରାଯିବ ।

Comments are closed.