Latest Odisha News

ଅଟୋକୁ ପିଟିଲା କାର୍ : ୭ ଆହତ

କଟକ: କଟକରେ ରବିବାର ବିଳମ୍ବିତ ରାତିରେ ଏକ କାର ଅଟୋରିକ୍ସାକୁ ଧକ୍କା ଦେଇ ଓଲଟି ଯିବା ଫଳରେ ୨ ଶିଶୁଙ୍କ ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି ।

BjdElectrycity

ମିଳିଥିବା ସୂଚନା ଅନୁସାରେ, କାରଟି ଅଟୋ ରିକ୍ସାକୁ ଧକ୍କା ଦେବା ଫଳରେ ଅଟୋ ରିକ୍ସାଟି ଓଲଟି ପଡିଥିଲା । ତେବେ କାର ଚଳାଉଥିବା ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥିବା ଅଭିଯୋଗ ହୋଇଛି ।

ଆହତମାନଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ସ୍ଥାନୀୟ ଲୋକେ ଉକ୍ତ ନିଶାସକ୍ତ ଗାଡିଚାଳକଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ପୋଲିସ ଗାଡି ଦ୍ୱୟକୁ ଜବତ କରିବା ସହ ଏନେଇ ଏକ ମାମଲା ମଧ୍ୟ ରୁଜ୍ଜୁ କରିଛି ।

Leave A Reply

Your email address will not be published.