Latest Odisha News

BREAKING NEWS

ଲୋକସଭା ଶୀତକାଳୀନ ଅଧିବେଶନ: ‘ରାଫେଲ୍ ଡ଼ିଲ୍’ ର ଜେପିସି ତଦନ୍ତ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ରାଫେଲ୍ ଡ଼ିଲ୍’ ନେଇ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ରାହୁଲ ଗାନ୍ଧୀ ଏସମ୍ପର୍କୀତ କଥାବାର୍ତ୍ତା ରହିଥିବା ଏକ ଅଡ଼ିଓ ଟେପ୍ ଲୋକସଭା ଗୃହରେ ଉପସ୍ଥାପିତ କରିଛନ୍ତି, ଯେଉଁଥିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଯିଏକି ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ରହିଥିଲେ ତାଙ୍କର ଏହି ଟେପରେ କଥାବାର୍ତ୍ତା ରହିଛି । ଏହି ଟେପରେ ମନୋହର ପାରିକର ତାଙ୍କର ଜଣେ ଗୋଆ କ୍ୟାବିନେଟ ମନ୍ତ୍ରୀଙ୍କୁ କହୁଛନ୍ତି ଯେ, ରାଫେଲ୍ ଡ଼ିଲ୍ ସମ୍ପର୍କୀତ ଏକ ଫାଇଲ୍ ତାଙ୍କ ଶୋଇବା ଘରେ ରହିଛି ।

ବୁଧବାର ଦିନ ରାହୁଲ ଗାନ୍ଧୀ ଏହି ବିବାଦପୂର୍ଣ୍ଣ ରାଫେଲ୍ ଡ଼ିଲ୍ କୁ ମିଳିତ ସଂସଦୀୟ କମିଟି (ଜେପିସି)ଦ୍ୱାରା ତଦନ୍ତ କରିବାକୁ ଦାବି କରିଛନ୍ତି ।

ଯୁଦ୍ଧ ବିମାନ ରାଫେଲ କ୍ରୟକୁ ନେଇ ଗୃହରେ ଆଜି ସରଗରମ ଆଲୋଚନା ହୋଇଥିବାର ଲକ୍ଷ୍ୟ କରାଯାଇଛି । କେନ୍ଦ୍ରସରକାର ଏବଂ ବିରୋଧିଦଳ କଂଗ୍ରେସ ମଧ୍ୟରେ ଏନେଇ ଆରୋପ ପ୍ରତ୍ୟାରୋପ ଚରମ ସୀମାରେ ପହଞ୍ଚିଛି । ଏହି ଆଲୋଚନା ବେଳେ ଗୃହରେ ହଟ୍ଟଗୋଳ ହୋଇ ତୀବ୍ର ରୂପ ଗ୍ରହଣ କରିବା ଯୋଗୁଁ ବାଚସ୍ପତି ସୁମିତ୍ରା ମହାଜନ ଗୃହକୁ ମୁଲତବୀ ରଖିଥିଲେ ।

ଯୁଦ୍ଧ ବିମାନ ରାଫେଲ କ୍ରୟ ପ୍ରକ୍ରିୟାରେ ୧୨୬ଟି ବିମାନ ବଦଳରେ ୩୬ଟି ବିମାନ କାହିଁକି ଏବଂ କିଏ ଏହାର ନିଷ୍ପତ୍ତି ନେଇଥିଲା ରାହୁଲ ପଚାରିଥିଲେ । ପାଲଟା ଜବାବରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଦେଶର ସୁରକ୍ଷା ଲାଗି ଏଭଳି ଏକ ଚୁକ୍ତିର ଆବଶ୍ୟକତା ରହିଥିଲା ବୋଲି ଦର୍ଶାଇଥିଲେ । ସେହିପରି ଜେଟଲୀ ଗାନ୍ଧୀ ପରିବାର ଉପରେ ଆକ୍ରମଣ କରି ଅତୀତର ବୋଫର୍ସ ପ୍ରସଙ୍ଗ ଉଠାଇଥିଲେ ।

ଅନ୍ୟପକ୍ଷରେ ଆଜି ଗୃହରେ ଏଆଇଏଡ଼ିଏମକେ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ ତଥା ବିଶୃଙ୍ଖଳା କରିବା ଯୋଗୁଁ ବାଚସ୍ପତି ସୁମିତ୍ରା ମହାଜନ ୨୬ ଜଣ ଏଆଇଏଡ଼ିଏମକେ ସଦସ୍ୟଙ୍କୁ ଗୃହରୁ ନିଲମ୍ବନ କରିଛନ୍ତି । ଏହି ୨୬ ଜଣ ସାଂସଦଙ୍କୁ ଆଗାମୀ ୫ଦିନ ଲାଗି ଗୃହରୁ ନିଲମ୍ବନ କରାଯାଇଛି ବୋଲି ସୁମିତ୍ରା ମହାଜନ କହିଛନ୍ତି ।

Leave A Reply

Your email address will not be published.