Latest Odisha News

BREAKING NEWS

ବ୍ୟାଙ୍କ ଅଫ୍ ବରୋଦା ସହିତ ‘ଦେନା ବ୍ୟାଙ୍କ’ ଓ ‘ବିଜୟ ବ୍ୟାଙ୍କ’ର ମିଶ୍ରଣକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ : ଦେଶର ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଦେନା ବ୍ୟାଙ୍କ, ବିଜୟା ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦାର ମିଶ୍ରଣ ପ୍ରସ୍ତାବକୁ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଭାରତର ୩ୟ ବୃହତ୍ତମ ବ୍ୟାଙ୍କ ଭାବେ ପରିଚିତ ବ୍ୟାଙ୍କ ଅଫ ବରୋଦାର ମିଶ୍ରଣ ଘଟିଛି । ଏହି ମିଶ୍ରଣ ଫଳରେ ମିଳିତ ଭାବେ ବ୍ୟାଙ୍କ ଗୁଡିକ ଅଧିକ ଋଣ ପ୍ରଦାନ କ୍ଷେତ୍ରରେ ସହାୟକ ହୋଇପାରିବେ । ଏହାବ୍ୟତୀତ ମିଶ୍ରଣ ହେବାକୁ ଥିବା ବ୍ୟାଙ୍କ ଗୁଡିକର କୌଣସି କର୍ମଚାରୀଙ୍କ ଛଟେଇ ହେବ ନାହିଁ ମାତ୍ର ଦେନା ଓ ବିଜୟ ବ୍ୟାଙ୍କର କର୍ମଚାରୀମାନଙ୍କୁ ବ୍ୟାଙ୍କ ଅଫ ବରୋଦାରେ ସ୍ଥାନାନ୍ତରିତ କରାଯିବ ।

ସାର୍ବଜୈନିକ ସ୍ତରରେ ପ୍ରଥମଥର ପାଇଁ ଏହି ୩ଟି ବ୍ୟାଙ୍କର ବିଲୟ ହେବ ଏବଂ ଏହା ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତାର ୫ଟି ସହାୟକ ବ୍ୟାଙ୍କକୁ ନିଜ ସହ ମିଶ୍ରଣ କରିଥିଲା ଏବଂ ଭାରତୀୟ ମହିଳା ବ୍ୟାଙ୍କକୁ ନିଜ ଅଧିନକୁ ଆଣିଥିଲା ।

“ଏହି ମିଶ୍ରଣ ଫଳରେ କର୍ମଚାରୀମାନଙ୍କ କର୍ମକ୍ଷେତ୍ରରେ କୌଣସି ପ୍ରକାର ପ୍ରଭାବ ପଡିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି” ।

ବର୍ତ୍ତମାନ ଦେଶର ବ୍ୟାଙ୍କିଂ ବ୍ୟବସ୍ଥା ନନ୍ ପରଫର୍ମିଂ ଆସେଟସ୍ ବା ଏନ୍ପିଏ ସମସ୍ୟା ଦେଇ ଗତି କରୁଛି। ତେଣୁ ଏହାକୁ ମୁକାବିଲା କରିବାକୁ ବିଭିନ୍ନ ବ୍ୟାଙ୍କକୁ ଏକାଠି କରାଯାଉଛି।

ଆହୁରି ମଧ୍ୟ ଏହି ବ୍ୟାଙ୍କ ବିଲୟକୁ ପାଖାପାଖି ୯ଟି ବ୍ୟାଙ୍କ ୟୁନିଅନ୍ ବିରୋଧ କରି ଗତ ଡିସେମ୍ବର ମାସରେ ଦେଶବ୍ୟାପୀ ବନ୍ଦ ଡାକରା ଦେଇଥିଲେ ।

Leave A Reply

Your email address will not be published.