Latest Odisha News

ଜନସଭା ସମୟରେ ଭାଙ୍ଗି ପଡିଲା ମଞ୍ଚ, ଅଳ୍ପକେ ବର୍ତ୍ତିଲେ ରାହୁଲ

ପାଟନା: ‘ଇଣ୍ଡିଆ’ ମେଣ୍ଟର ଜନସଭା ଚାଲିଥିବା ସମୟରେ ଭାଙ୍ଗି ପଡିଲା ମଞ୍ଚ । ଅଳ୍ପକେ ବର୍ତ୍ତିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏପରି ଘଟଣା ଆଜି ଦେଖିବାକୁ ମିଳିଛି ବିହାରର ପାଟନା ସ୍ଥିତ ପାଲିଗଞ୍ଜରେ । ଏହି ସମୟରେ ଲାଲୁ ଯାଦବଙ୍କ ଝିଅ ତଥା ଆରଜେଡି ପ୍ରାର୍ଥୀ ମିସା ଭାରତୀ ଏବଂ ତାଙ୍କ ଅଙ୍ଗରକ୍ଷୀମାନେ ରାହୁଲଙ୍କୁ ସମ୍ଭାଳି ନେଇଥିଲେ ।

ଏହି ଘଟଣା ପରେ ରାହୁଲ ଗାନ୍ଧୀ ସମ୍ପୂର୍ଣ୍ଣ ଠିକ୍ ଥିବା କହିଛନ୍ତି । ମଞ୍ଚ ଦବିବା ସତ୍ତ୍ୱେ ରାହୁଲ ଟିକେ ହେଲେ ବିଚଳିତ ନହୋଇ ପୂର୍ବପରି ମଞ୍ଚରେ ଭାଷଣ ଦେଇଥିଲେ । ବିଜେପିକୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି ଯେ, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାକୁ ଯାଉନାହାଁନ୍ତି । ଆପଣ ଏହା ଲେଖି ରଖନ୍ତୁ ବୋଲି ସେ ଉପସ୍ଥିତ ଜନତାଙ୍କୁ କହିଥିଲେ ।

ସେ ଆହୁରି କହିଥିଲେ ଯେ, କଂଗ୍ରେସ ପୂର୍ବରୁ ମନରେଗା ଅଧୀନରେ ଚାକିରି ଦେଇଥିଲା । ବର୍ତ୍ତମାନ ସ୍ନାତକୋତ୍ତର ପାସ୍ କରିଥିବା ଯୁବକମାନଙ୍କ ପାଇଁ ଆମେ ପ୍ରଥମ ଚାକିରି ଗ୍ୟାରେଣ୍ଟି ଯୋଜନା ପ୍ରସ୍ତୁତ କରିଛୁ । ଏହା ସରକାରୀ କଲେଜ, ବିଶ୍ୱବିଦ୍ୟାଳୟ, ଡାକ୍ତରଖାନା, ସରକାରୀ କାର୍ଯ୍ୟରେ ଚାକିରି ଯୋଗାଇବ ।

ଏହା ସହ ଉପସ୍ଥିତ ଲୋକଙ୍କୁ ମିସାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ ରାହୁଲ ।

Comments are closed.