Latest Odisha News

BREAKING NEWS

ରାହୁଲ ଗାନ୍ଧୀ ଧାରଣା ଦେବାକୁ ଫିଟ୍: ଆଜାଦ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବା ପରେ ଗୁଲାମ ନବୀ ଆଜାଦ୍ ଏବେ ନିଜ ବୟାନ ପାଇଁ ଶିରୋନାମାରେ ରହିଛନ୍ତି। ବିନା କୌଣସି ଚାପରେ ସେ ଏବେ ‘ଆଜାଦ’ ହୋଇ ନିଜର ପୂର୍ବତନ ଦଳର ନେତାଙ୍କ ବିରୋଧରେ ବୟାନ ରଖୁଛନ୍ତି। ଆଉ ଯଦି ଏହି କଥା ସତ ହୋଇଥିବ ତାହାଲେ କଂଗ୍ରେସ ଆଗକୁ ବଢିବା କାଠିକର ହୋଇଯିବ।

ଗୁଲାମ ନବୀ ଆଜାଦ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ବାବଦରେ କହିଛନ୍ତି, ରାହୁଲ ସଂଗଠନ ପାଇଁ ଭଲ ନୁହେଁ, କିନ୍ତୁ ସେ କେବଳ ଧାରଣା ଦେବାକୁ ଫିଟ୍। ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ଲେଖିବା ବେଳେ ମଧ୍ୟ ଗୁଲାମ ନବୀ ରାହୁଲଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ। ଆଉ ଦଳରେ ଯାହା ହେଉଛି ସେଥିପାଇଁ ରାହୁଲ ଏକାକୀ ଦାୟୀ ବୋଲି କହିଥିଲେ।

ଇଣ୍ଡିଆ ଟୁଡେକୁ ସ୍ୱତନ୍ତ୍ର ସାକ୍ଷାତକାର ଦେବା ବେଳେ ଗୁଲାମ ନବୀ ଆଜାଦ କହିଥିଲେ ଯେ ରାହୁଲ କେବଳ ଧାରଣା ଦେବାକୁ ଫିଟ୍ କିନ୍ତୁ ସେ ସଂଗଠନ ସମ୍ଭାଳିବା ଭଳି ଦକ୍ଷତା ରଖିନାହାନ୍ତି। କଂଗ୍ରେସର ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତି ଯେ ରାହୁଲଙ୍କ ସୁରକ୍ଷାକର୍ମୀ ଏବଂ ପିଏ ତାଙ୍କ ବାବଦରେ ନିଷ୍ପତ୍ତି ନିଅନ୍ତି। ଏମିତିକି ୨୦୧୯ ସାଧାରଣ ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଚୌକିଦାର ଚୌର ହେ ନାରା ଦେଇଥିଲେ। ହେଲେ ଦଳ ଭିତରୁ ଏହି ନାରାକୁ ସେମିତି କେହି ସମର୍ଥନ କରିନଥିଲେ। ସେ ନିଜେ ମଧ୍ୟ ଏହି ନାରାକୁ ସମର୍ଥନ କରୁନଥିଲେ ବୋଲି କହିଛନ୍ତି।

କଂଗ୍ରେସ ଛାଡିଥିଲେ ମଧ୍ୟ ସେ କଂଗ୍ରେସର ଆଦର୍ଶ ରଖିଛନ୍ତି ବୋଲି କହିଛନ୍ତି। ସେ ନିଜର ଏକ ରାଜନୈତିକ ଦଳ ଗଢିବେ ହେଲେ ବିଜେପିରେ ସାମିଲ୍ ହେବେନି ବୋଲି କହିଛନ୍ତି। କିନ୍ତୁ ଆଗାମୀ ଦିନରେ ଜମ୍ମୁ କଶ୍ମୀରରେ ନିର୍ବାଚନ ହେଲେ ତାଙ୍କ ଦଳ ବିଜେପି ସହ ମେଣ୍ଟ କରିବ ନାହିଁ ବୋଲି କହିଛନ୍ତି ।

Comments are closed.