Latest Odisha News

BREAKING NEWS

କଂଗ୍ରେସ ଗଢ଼ିବ ସୋସିଆଲ୍ ମିଡିଆ ୱାରିଅର୍ସ ଟିମ୍, ସାମିଲ୍ ହେବାକୁ ରାହୁଲଙ୍କ ଆହ୍ୱାନ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଲୋକଙ୍କୁ ସୋସିଆଲ୍ ମିଡିଆ ୱାରିଅର୍ସ ଟିମରେ ଯୋଗଦେବାକୁ ଅପିଲ୍ କରିଛନ୍ତି । ସୋସିଆଲ୍ ମିଡିଆରେ ଦଳର ସ୍ଥିତି ଜାହିର୍ କରିବାକୁ ପନ୍ଥା ଆପଣାଇଛି କଂଗ୍ରେସ । ସୋସିଆଲ୍ ମିଡିଆ ୱାରିଅର୍ସ ଟିମରେ ଯୋଗଦେବା ଲାଗି ଦଳ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି । ଏଥିପାଇଁ ହ୍ୱାଟ୍ସଆପ୍, ୱେବସାଇଟ ଓ ଇମେଲ୍ ଆଇଡି ଜାରି କରାଯାଇଛି ।

ଏନେଇ ରାହୁଲ ଗାନ୍ଧି ଏକ ଭିଡିଓ ଜାରି କରିଛନ୍ତି । କହିଛନ୍ତି, ଏହି ଟିମ୍ ନ୍ୟାୟ ପାଇଁ ଲଢ଼ୁଥିବା ଯୋଦ୍ଧାଙ୍କର । ଏହା ଘୃଣା ସୃଷ୍ଟି କରୁଥିବା ଗୋଷ୍ଠୀ ନୁହେଁ । ଏହା ହିଂସାକାରୀ ସେନା ନୁହେଁ । ଏହା ଏଭଳି ସେନା ଯିଏ ଭାରତର ବିଚାରଧାରକୁ ରକ୍ଷା କରିବ ।

ଦଳର ବରିଷ୍ଠ ନେତା ପୱନ କୁମାର ବଂଶଲ, ମୁଖପାତ୍ର ପୱନ ଖେଡ଼ା ଓ ଦଳର ସୋସିଆଲ୍ ମିଡିଆ ମୁଖ୍ୟ ରୋହନ ଗୁପ୍ତା ଏହି ଅଭିଯାନ ଆରମ୍ଭ କରିଛନ୍ତି । ପ୍ରତି ସହରରୁ ୫ ଲକ୍ଷ ସୋସିଆଲ୍ ମିଡିଆ ୱାରିଅର୍ସ ପାଇଁ ଲକ୍ଷ୍ୟ ରଖିଛି କଂଗ୍ରେସ ।

Leave A Reply

Your email address will not be published.