Latest Odisha News

ଗୁରୁତ୍ୱପୂର୍ଣ୍ଣ ବୈଠକ ଛାଡ଼ି ବିଦେଶ ଗସ୍ତରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର ୟୁରୋପ ଗସ୍ତରେ ଯାଇଛନ୍ତି । ଭାରତରେ ଦୁଇଟି ଦଳୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଛାଡ଼ି ବ୍ୟକ୍ତିଗତ କାମ ପାଇଁ ରାହୁଲ ବିଦେଶ ଗସ୍ତ କରିଛନ୍ତି ।

ରାହୁଲ ରାଷ୍ଟ୍ରପତି ନିର୍ବାଚନ ଆଗରୁ ରବିବାର ସୁଦ୍ଧା ଫେରିବେ ବୋଲି ଏନଡିଟିଭି ପକ୍ଷରୁ ଖବର ପ୍ରକାଶ କରାଯାଇଛି । ଆସନ୍ତା ମୌସୁମୀ ଅଧିବେଶନ ଏବଂ ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ରେ ଅନୁଷ୍ଠିତ ହେବ । ରାହୁଲ ଏହା ପୂର୍ବରୁ ଆସି ନିଜ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବେ ।

ରାହୁଲଙ୍କ ଏହି ଗସ୍ତ ଭିତରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଏବଂ ଏକ ଆଭ୍ୟନ୍ତରୀଣ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ସମସ୍ତ ଏଆଇସିସି ସଦସ୍ୟ ଏବଂ ପିସିସି ସଭାପତି ଗଣ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାହୁଲ ଉପସ୍ଥିତ ରହିବେନି ।

କଂଗ୍ରେସ ରାହୁଲଙ୍କ ବିଦେଶ ଗସ୍ତର ଉଦ୍ଦେଶ୍ୟ ବିଷୟରେ ସ୍ପଷ୍ଟ ନକରି ବ୍ୟକ୍ତିଗତ ଦର୍ଶାଇଛି । ପୂର୍ବରୁ ରାହୁଲ ବୈଠକ ଛାଡ଼ି ବିଦେଶ ଯାତ୍ରା ପାଇଁ ବାରମ୍ବାର ସମାଲୋଚିତ ହୋଇଛନ୍ତି ।

Leave A Reply

Your email address will not be published.