Latest Odisha News

BREAKING NEWS

ସଦସ୍ୟତା ବଞ୍ଚାଇବା ପାଇଁ ରାହୁଲଙ୍କ ପାଖରେ ଅଛି ଦୁଇଟି ରାସ୍ତା; ସେଥିରେ ହାରିଲେ ଲଢି ପାରିବେନି ନିର୍ବାଚନ

ନୂଆଦିଲ୍ଲୀ: ସୁରଟ କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ସଜା ଶୁଣାଇବା ପରେ ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସାଂସଦ ପଦକୁ ରଦ୍ଦ କରିଛି । ଜନପ୍ରତିନିଧି ଆଇନ ଅନୁଯାୟୀ, ଯଦି କୌଣସି ସାଂସଦ  ଏବଂ ବିଧାୟକ କୌଣସି ମାମଲାରେ ୨ ବର୍ଷ କିମ୍ବା ଅଧିକ ସଜା ପାଆନ୍ତି ତେବେ ତାଙ୍କର ସଦସ୍ୟତା ପଦ ରଦ୍ଦ ହୋଇଥାଏ ।

ଯାହା ବି ହେଉ, ରାହୁଲ ଗାନ୍ଧୀ ୱାଇନାଡର ସାଂସଦ ଥିଲେ । ତେବେ ସଦସ୍ୟତା ପଦ ରଦ୍ଦ ହେବା ପରେ ଏବେ ଏହି ଆସନରେ ଉପନିର୍ବାଚନ ହେବାର ସମ୍ଭାବନା ଦେଖା ଦେଇଛି । ନିର୍ବାଚନ ଆୟୋଗ ସୂଚନା ମୁତାବକ ୱାଇନାଡ ଲୋକସଭା କ୍ଷେତ୍ରରେ ଉପ ନିର୍ବାଚନ ଏପ୍ରିଲ ମାସରେ ହୋଇପାରେ ।

ତେବେ ନିଜ ସଦସ୍ୟତା ବଞ୍ଚାଇ ରଖିବାକୁ ଏବେ ବି ରାହୁଲଙ୍କ ପାଖରେ ରାସ୍ତା ଅଛି । ସେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ହାଇକୋର୍ଟ ଯାଇପାରିବେ । ଯଦି ହାଇକୋର୍ଟରେ ସୁରଟ କୋର୍ଟ ରାୟ ଉପରେ ରୋକ ଲଗାଇ ଦିଆଯାଏ ତେବେ ତାଙ୍କ ସଦସ୍ୟତା ପଦ ରହିଯିବ । ହାଇକୋର୍ଟ ରୋକ ନଲଗାଇଲେ ରାହୁଲ ସୁପ୍ରିମକୋର୍ଟ ବି ଯାଇ ପାରିବେ । ହେଲେ ସର୍ବୋଚ୍ଚ ନ୍ୟାୟାଳୟର ରାୟ ଯଦି ତାଙ୍କ ସପକ୍ଷରେ ନ ଯାଏ ଏବଂ ସୁପ୍ରିମକୋର୍ଟ ରୋକ ନ ଲାଗନ୍ତି ତେବେ ରାହୁଲ ଗାନ୍ଧି ୮ ବର୍ଷ ଯାଏ କୌଣସି ନିର୍ବାଚନ ଲଢି ପାରିବେ ନାହିଁ ।

ଯାହା ବି ହେଉ, ଏହି ରାୟ ଉପରେ ଉପରେ ଆବେଦନ କରିବାକୁ କୋର୍ଟ ତାଙ୍କୁ  ୧ମାସ ସମୟ ଦେଇଛନ୍ତି । ଏହି କ୍ରମରେ ରାହୁଲ ଉପର କୋର୍ଟରେ ଆବେଦନ କରିପାରିବେ ।

ଏଠି ମନେ ପକାଇ ଦେବୁ,  ୨୦୧୯ ଲୋକସଭା ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ କର୍ଣ୍ଣାଟକ କୋଲାରରେ ସମ୍ବୋଧନ କରି ନିରବ ମୋଦୀ, ଲଳିତ ମୋଦୀଙ୍କ ଦୁର୍ନୀତି ବିଷୟରେ କହିବାକୁ ଯାଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ସବୁ ଚୋରଙ୍କ ସାଙ୍ଗିଆ ମୋଦୀ କେମିତି ରହୁଛି ବୋଲି ରାହୁଲ କହିଥିଲେ। ଯାହାକୁ ନେଇ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା ହୋଇଥିଲା। ଗୁଜୁରାଟର ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଥିଲେ।

Comments are closed.