Latest Odisha News

BREAKING NEWS

୩୦ ବର୍ଷ ବୟସରେ ସ୍କୁଲ ଗଲେ ଯୁବତୀ

ୱାଶିଂଟନ: ସମସ୍ତଙ୍କର କିଛି ନା କିଛି ଦୁଃଖ ବା ମାନସିକ ଦୁଶ୍ଚିନ୍ତା ଥାଏ । କେହି କେହି ନିଜ ଦୁଃଖକଷ୍ଟକୁ ସାମ୍ନା କରି ଆଗକୁ ବଢନ୍ତି ତ ଆଉ କିଏ ନିଜ ଜୀବନକୁ ଦୁଃଖରେ କାଟିଥାନ୍ତି । ହେଲେ ଏମିତି ଜଣେ ୩୦ ବର୍ଷିୟା ଯୁବତୀ ନିଜର ଉଦାସିନତାକୁ ଦୂର କରିବା ପାଇଁ ସ୍କୁଲରେ ଆଡ଼ମିଶନ କରିଛନ୍ତି ।

ହାଇଜୋଙ୍ଗ ସାଇନ୍ ନାମକ ଜଣେ ଯୁବତୀ ଦକ୍ଷିଣ କୋରିଆରେ ଜନ୍ମଗ୍ରହଣ କରିଥିଲେ । ୨୦୧୦ ମସିହାରେ ଆମେରିକା ଯାଇ ଏକ ଭଲ ବିଦ୍ୟାଳୟରେ ପାଠ ପଢିଥିଲେ । ପରେ ନ୍ୟୁୟର୍କର ରାଉଟର ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଅଧ୍ୟୟନ କରିଥିଲେ । ଖୁସିମିଜାଜର ସାଇନ୍‌ଙ୍କ ଦିନ ଖୁବ୍ ଭଲରେ କଟୁଥିଲା । ବୟସ ବଢିବାରୁ ଘର ଲୋକ ତାଙ୍କ ପାଇଁ ବିବାହ ପ୍ରସ୍ତାବ ଆଣିଲେ । ବିଭିନ୍ନ କାରଣ ନେଇ ବାରମ୍ବାର ତାଙ୍କର ବିବାହ ପ୍ରସ୍ତାବ ଭାଙ୍ଗିଲା । ଏହି କାରଣରୁ ସାଇନ୍ ଧୀରେ ଧୀରେ ଡିପ୍ରେସନରେ ରହିଲେ । ଏହାକୁ ନେଇ ପରିବାର ଲୋକେ ବି ଚିନ୍ତିତ ହୋଇପଡ଼ିଲେ ।
ପରିବାର ଲୋକେ ଓ ତାଙ୍କ ସମ୍ପର୍କୀୟ ନିଜକୁ ଦୃଢ କରିବାକୁ ସାଇନକୁ ବୁଝାଶୁଝା କଲେ । ଏଥିରୁ କେମିତି ମୁକୁଳିବେ ସେ ନେଇ ଚିନ୍ତା କଲେ ସାଇନ୍ । ଶେଷରେ କିଶୋର ଅବସ୍ଥାକୁ ଫେରିଯିବାକୁ ନିଷ୍ପତ୍ତି ନେଲେ । ସେଥିଲାଗି ସେ ନିଜର ନକଲି ଜନ୍ମ ପ୍ରମାଣପତ୍ର ବାହାର କରି ନ୍ୟୁ ବ୍ରୁନସ୍ୱିକ୍ ହାଇସ୍କୁଲରେ ନାମ ଲେଖାଇଲେ । ନିୟମିତ ସ୍କୁଲ ଯାଇ ପିଲାମାନଙ୍କ ସହ ଖୁସିରେ ଦିନ କାଟିଲେ । ହେଲେ ଏହି ଖୁସି ବେଶୀଦିନ ଚାଲିଲା ନାହିଁ । ସ୍କୁଲ ଶିକ୍ଷକମାନେ ସନ୍ଦେହ କରିବା ଆରମ୍ଭ କଲେ । ଏହି ସମୟରେ ପରିବାର ଲୋକେ ଅଭିଯୋଗ କରିବାରୁ ଶିକ୍ଷକମାନଙ୍କ ସନ୍ଦେହ ସତ ହୋଇଥିଲା । ଶେଷରେ ଏହି ଘଟଣା କୋର୍ଟରେ ପହଞ୍ôଚଲା । ଏହା ନୁହେଁ ଯେ ଯୁବତୀ ଜଣକ ଅଶିକ୍ଷିତ । ନିଜର ମାନସିକ ଦୁଃଶ୍ଚିତାରୁ ମୁକୁଳିବା ପାଇଁ ସେ ଏପରି ପଦକ୍ଷେପ ନେଇଥିଲେ । ଏନେଇ ସାଇନ୍ କୁହନ୍ତି, ମୁଁ ଭୁଲ କରିଛି ସତ । ହେଲେ ସ୍କୁଲରେ କାହାର କ୍ଷତି କରିନାହିଁ । କେବଳ ନିଜକୁ ସଶକ୍ତ କରି ଆଗକୁ ବଢିବା ପାଇଁ ଏପରି କରିଛି । ଏହି ମାମଲା ଏବେ କୋର୍ଟଙ୍କ ବିଚାରାଧୀନ ଅଛି ।

Leave A Reply

Your email address will not be published.