Latest Odisha News

ଦିଲ୍ଲୀ ଟିମ ସହିତ ରହିବେ ପନ୍ତ

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଷ୍ଟାର ଖେଳାଳି ରିଷଭ ପନ୍ତ ଆଇପିଏଲ ୨୦୨୩ରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ଡେଭିଡ ୱାର୍ଣ୍ଣର ନେବେ । ଦଳର ମୂଖ୍ୟ କୋଚ ରିକି ପଂଟି କିନ୍ତୁ ପନ୍ତ ସାମିଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ପନ୍ତ ଆମ ଟିମର ହୃଦୟ । ସେ ଡଗଆଉଟରେ କିପରି ଆମ ସହିତ ଉପସ୍ଥିତ ରହିବେ ସେଥିପାଇଁ ଚିନ୍ତା କରୁଛି । ସବୁ ମ୍ୟାଚରେ ଏହା ସମ୍ଭବପର ନ ହେଲେ ମଧ୍ୟ ଅଧିକରୁ ଅଧିକ ମ୍ୟାଚରେ ଆମେ ତାଙ୍କୁ ଡଗଆଉଟରେ ଦେଖିବାକୁ ଚାହିଁବୁ ବୋଲି ପଂଟି କହିଛନ୍ତି । ସେଥିପାଇଁ ଦଳ ପକ୍ଷରୁ ପନ୍ତଙ୍କ ନମ୍ବର ଜର୍ସି ଓ ଟୋପିରେ ରହିବେ ।

ଆମେ ତାଙ୍କୁ ଲିଡର ଭାବେ ପରିଚୟ ଦେବାକୁ ଚାହୁଁଛୁ । ପନ୍ତଙ୍କ ଉପସ୍ଥିତି ଦଳର ଖେଳାଳିଙ୍କ ମନୋବଳ ବଢ଼ାଇବାରେ ସହାୟ ହେବ ବୋଲି ପଂଟି କହିଛନ୍ତି । ଆଇପିଏଲର ଗତ ସଂସ୍କରଣରେ ଦିଲ୍ଲୀ ୧୪ ମ୍ୟାଚରୁ ୭ରେ ବିଜୟ ହୋଇ ୫ମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ୨୦୨୩ ସଂସ୍କରଣରେ ଦଳ ଏପ୍ରିଲ ୧ରୁ ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

Leave A Reply

Your email address will not be published.