ନୂଆଦିଲ୍ଲୀ:ନୂଆ ଅବତାରରେ ରାହୁଲ ଗାନ୍ଧୀ । ନୂଆ ବର୍ଷରେ ପୁଣି ନୂଆ ରୂପ । ଏଥର ଆଉ କେଉଁଠି ନୁହେଁ ନିଜ ଘରେ ଦେଖିବାକୁ ମିଳିଛି ରାହୁଲଙ୍କୁ ନୂଆ ରୂପରେ । ମା’ଙ୍କ ସହ ରୋଷେଇ ଘରେ ରାହୁଲ ଖାଦ୍ୟ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି ।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଅନେକ ରୂପରେ ଦେଖିବାକୁ ମିଳିଛି । କେତେବେଳେ ଟ୍ରକରେ ବସି ବୁଲିବାର ତ କେତେବେଳେ ରାସ୍ତାକଡରେ ଗୁପଚୁପ ଖାଇବାର । ପୁଣି କେତେବଳେ କଲେଜ ହଷ୍ଟେଲରେ ପିଲାଙ୍କ ସହ ମିଶି ଡିନର କରିବାର । ଏମିତି ନୂଆ ନୂଆ ଅବତାରରେ ସାମ୍ନାକୁ ଆସି ଜନତାଙ୍କର ବେଶ ପ୍ରଶଂସା ସାଉଁଟିଛନ୍ତି ରାହୁଲ ।
ହେଲେ ଏଥର ନୂଆବର୍ଷରେ ମା‘ଙ୍କ ଗେହ୍ଲାପୁଅ ଭୂମିକାରେ ରାହୁଲଙ୍କୁ ଦେଖିବାକୁ ମିଳିଛି । ମା’ ସୋନିଆଙ୍କ ସହ ରାହୁଲଙ୍କୁ ରୋଷେଇ କରୁଥିବା ଏଥର ଦେଖିବାକୁ ମିଳିଛି । ପୁରା ୫ ମିନିଟର ଏହି ଭିଡିଓକୁ ରାହୁଲ ନିଜ ୟୁଟ୍ୟୁବରେ ସେୟାର କରିଛନ୍ତି ।
ଭିଡିଓରେ ଦେଖିବାକୁ ମିଳିଛି, ରାହୁଲ ମା’ଙ୍କ ସହ ବଗିଚାକୁ ଯାଉଛନ୍ତି । ସେଠାରେ ସତେଜ କମଳା ତୋଳୁଛନ୍ତି । ଏହାକୁ ଆଣି ରୋଷେଇ ଘରକୁ ଆସୁଛନ୍ତି । ଜଣେ ଅଭ୍ୟସ୍ତ ରୋଷଇଆ ପରି ଏହି ଫଳକୁ ଧୋଇ ଏଥରୁ ରସ ବାହାର କରୁଛନ୍ତି । ରସ ବାହାର କରିବା ପରେ ମା’ଙ୍କ ସହ ମିଶି ଜାମ ପ୍ରସ୍ତୁତ କରୁଛନ୍ତି ।
ମଝିରେ ମଝିର ମା’ଙ୍କ ସହ ଥଟ୍ଟା ମଜା କରୁଥିବା ବି ଦେଖିବାକୁ ମିଳିଛି । ଏପରିକି ଦେଶରେ ଖାଦ୍ୟକୁ ନେଇ ହେଉଥିବା ରାଜନୀତିଠାରୁ ଆରମ୍ଭ କରି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି । ସୋନିଆ ରାହୁଲଙ୍କୁ ବହୁତ ଜିଦ୍ କରୁଥିବା କହୁଥିଲେ । ଏହା ପ୍ରିୟଙ୍କାର ରେସିପି ଏବଂ ମା’ ମା’ ସୋନିଆଙ୍କର ଅତି ପ୍ରିୟ ବୋଲି କହୁଥିଲେ ରାହୁଲ । ତେବେ ହରଡ ଡାଲି ଏବଂ ଭାତ ଖୁବ ସୁଆଦିଆ ବୋଲି ମଧ୍ୟ ଆଲୋଚନା କରୁଥିଲେ । ଏମିତି ମା’-ପୁଅ ଦୁଃଖସୁଖ ହେଉ ହେଉ ଜାମ ପ୍ରସ୍ତୁତ ହୋଇ ଯାଇଥିଲା ।
ଏହି ଜାମକୁ ସୋନିଆ ଓ ରାହୁଲ ମିଶି ପ୍ୟାକିଂ କରି ନିଜ ସମ୍ପର୍କୀୟ ଓ ବନ୍ଧୁଙ୍କ ପାଖକୁ କୁଆଡେ ପଠାଇଥିଲେ । ଏଥିସହ ଦେଶବାସୀଙ୍କୁ ନୂଆବର୍ଷ ଅଭିନନ୍ଦନ ବି ଜଣାଇଥିଲେ ।
On New Year’s Eve do watch this jam making video of @RahulGandhi and Ma’am.
While it will fill your hearts with love and joy – the craving for some yummy jam bread is guaranteed! 😋😋
Recipe credit : @priyankagandhi
— Supriya Shrinate (@SupriyaShrinate) December 31, 2023
Comments are closed.