Latest Odisha News

BREAKING NEWS

ରହସ୍ୟମୟ ଭାବେ ସୋରରେ ନିଖୋଜ ହୋଇଗଲା ୩ ବର୍ଷର ଶିଶୁ

ବାଲେଶ୍ୱର: ସୋର ଥାନା ଅନ୍ତର୍ଗତ ରାୟପୁର ଗ୍ରାମରେ ଶୁଭମ ନାମକ ଜଣେ ୩ ବର୍ଷର ଶିଶୁ ରହସ୍ୟମୟ ଅବସ୍ଥାରେ ନିଖୋଜ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଜାନୁଆରି ୧ ତାରିଖରେ ମୋହନ ସାହୁଙ୍କ ପୁଅ ଶୁଭମ ଘର ସମ୍ମୁଖରେ ଗାଁ ରାସ୍ତାରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଛି। ଗାଁ ପୋଖରୀ, ବସଷ୍ଟାଣ୍ଡ, ରେଳ ଷ୍ଟେସନ ସମେତ ପରିବାର ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ଶିଶୁଟିର କୌଣସି ପତ୍ତା ମିଳିନାହିଁ।

ପୁଲିସ ମଧ୍ୟ ଖୋଜାଖୋଜି କରିଛି ହେଲେ ଏପର୍ଯ୍ୟନ୍ତ ଶିଶୁଟିକୁ ଠାବ କରିପାରିନାହିଁ। ଏନେଇ ଶୁଭମଙ୍କ ପରିବାର ଲୋକେ ସନ୍ଦେହ କରି ସୋରୋ ଥାନାରେ ଅଭିଯୋଗ କରିବା ପରେ ଡଗ୍ ସ୍କ୍ୱାଡ୍ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି।

ଏ ସମ୍ପର୍କରେ ବାଲେଶ୍ୱର ସଦର ଏସଡିପିଓ ଶଶାଙ୍କ ଶେଖର ବେହୁରା କହିଛନ୍ତି, ଭଉଣୀ ସହ ଖେଳୁଥିବା ବେଳେ ଶିଶୁଟି ନିଖୋଜ ହୋଇଯାଇଛି। ଗତକାଲି ଅପରାହ୍ନରେ ତାଙ୍କ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ଡଗ୍ ସ୍କ୍ୱାଡ୍ ସହ ପୁଲିସ ପୋଖରୀ ସମେତ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲା।

ସନ୍ଧାନୀ କୁକୁର ପୋଖରୀ ଓ ରେଳ ଷ୍ଟେସନକୁ ନେଇ ସର୍ଚ୍ଚ ଅପରେସନ ଜାରି ରଖିଛି। ଯଦି ଶିଶୁଟି କାହା ସହ ଟ୍ରେନରେ ଚଢ଼ିଥାଏ ତେବେ ତାକୁ ଠାବ କରିବା ପାଇଁ ପୁଲିସ ରେଳ ସୁରକ୍ଷା ବଳ (ଆରପିଏଫ)ର ସହାୟତା ଲୋଡ଼ିଛି।

ଉଲ୍ଲେଖଯୋଗ୍ୟ, ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ମାନବ ଚାଲାଣ ଏବଂ ନିଖୋଜ ଶିଶୁଙ୍କ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ତିନୋଟି ରାଜ୍ୟ ମଧ୍ୟରେ ଓଡ଼ିଶା ଅଧିକ ସଂଖ୍ୟକ ଶିଶୁଙ୍କ ସହ ସଂଘର୍ଷ କରୁଛି।

ଏନସିଆରବିର କ୍ରାଇମ ଇନ୍ ଇଣ୍ଡିଆ (ସିଆଇଆଇ) ୨୦୨୨ ରିପୋର୍ଟ ରୁ ଜଣାପଡିଛି ଯେ ୨୦୨୨ରେ ଓଡ଼ିଶା ରେ ତୃତୀୟ ସର୍ବାଧିକ ଶିଶୁ ନିଖୋଜ ମାମଲା ରେକର୍ଡ କରାଯାଇଛି। ଯେଉଁଥିରେ ପ୍ରାୟ ୫,୫୮୧ ଜଣ ଶିଶୁ ନିଖୋଜ ହୋଇଛନ୍ତି। ଯାହା ମଧ୍ୟପ୍ରଦେଶ (୫,୭୬୯) ଏବଂ ମହାରାଷ୍ଟ୍ର (୬,୩୨୩)କୁ ପଛରେ ପକାଇ ଦେଇଛି।

Leave A Reply

Your email address will not be published.