Latest Odisha News

BREAKING NEWS

ଟ୍ରାକ୍ଟର ଚଢି ସଂସଦ ପହଞ୍ଚିଲେ ରାହୁଲ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଟ୍ରାକ୍ଟର ଚଢି ସଂସଦ ପହଞ୍ଚିଥିବା ଦେଖିବାକୁ ମିଳିଛି। କୃଷି ଆଇନକୁ ବିରୋଧ କରି ରାହୁଲ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ରାହୁଳ ଟ୍ରାକ୍ଟରେ ସଂସଦକୁ ପ୍ରବେଶ କରିବା ସମୟରେ ଅନ୍ୟ ବିରୋଧୀ ସାଂସଦମାନେ ପ୍ଲାକାର୍ଡ ଧରି ନାନା ପ୍ରକାର ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ଟ୍ରାକ୍ଟରରେ ଏକ ବଡ଼ ବ୍ୟାନର୍‌ ମଧ୍ୟ ଲାଗିଥିଲା ଏବଂ ସେଥିରେ କୃଷି ଆଇନକୁ ଫେରାଇ ନିଅ ବୋଲି ଲେଖାହୋଇଥିଲା।

ପରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ଚାଷୀଙ୍କ ଦବି ଯାଇଥିବା ସ୍ୱରକୁ ସଂସଦକୁ ଆଣିଛନ୍ତି।

Comments are closed.