Latest Odisha News

ସୁନହରିବାଗ୍ ରୋଡ୍ ବଙ୍ଗଳା ନଂ.୫: ରାହୁଲଙ୍କ ସମ୍ମତି ପରେ ଏହା ତାଙ୍କ ନୂଆ ଠିକଣା

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ନୂଆ ଠିକଣା। ଦିଲ୍ଲୀର ସୁନହରିବାଗ୍ ରୋଡ୍‌ରେ ଥିବା ବଙ୍ଗଳା ନମ୍ୱର ୫ ଏବେ ତାଙ୍କର ନୂଆ ଠିକଣା ହୋଇଯାଇଛି। ରାହୁଲ ଏଠାରେ ରହିବା ପାଇଁ ସମ୍ମତି ଜଣାଇଛନ୍ତି। ତେବେ ଔପାରିକ ଭାବେ ଆବଣ୍ଟନ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହେବା ପରେ ରାହୁଲ ଗାନ୍ଧୀ ଏଠାକୁ ସ୍ଥାନାନ୍ତର ହୋଇଯିବେ।

ଏହାପୂର୍ବରୁ ସାଂସଦ (ୱାୟନାଡ ଲୋକସଭା ନିର୍ବାଚନମଣ୍ଡଳୀ) ଭାବରେ ରାହୁଲ ଗାନ୍ଧୀ ଲୁଟିୟନ୍ସ ଜୋନର ୧୨ ତୋଗଲକ୍ ଲେନ୍‌ ଏକ ବଙ୍ଗଳାରେ ରହୁଥିଲେ। ତେବେ ଗତ ବର୍ଷ ସଦସ୍ୟତା ହରାଇବା ପରେ ତାଙ୍କ ବଙ୍ଗଳାକୁ ମଧ୍ୟ ଛଡ଼ାଇ ନିଆଯାଇଥିଲା। ଅବଶ୍ୟ, ଯେତେବେଳେ ତାଙ୍କର ସଦସ୍ୟତା ପେରି ପାଇଥିଲେ, ସେତେବେଳେ ଲୋକସଭା ଗୃହ କମିଟି ସେହି ବଙ୍ଗଳାକୁ ପୁନଃ ବଣ୍ଟନ କରିବାକୁ ପ୍ରସ୍ତାବ ଦେଇଥିଲା। ଯେଉଁଥିରେ ରାହୁଲ ତାଙ୍କ ଜୀବନର ୧୯ ବର୍ଷ ବିତାଇଥିଲେ। କିନ୍ତୁ, ସେ ବଙ୍ଗଳା ନେଇ ନଥିଲେ।

ବିରୋଧୀ ଦଳ ନେତା ଭାବେ ରାହୁଲଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାରୁ ତାଙ୍କୁ ଟାଇପ୍ ୮ ବଙ୍ଗଳା ଆବଣ୍ଟନ ହୋଇଛି। ରାହୁଲ ବର୍ତ୍ତମାନ ୧୦ ଜନପଥସ୍ଥିତ ନିଜ ମାଆ ସୋନିଆ ଗାନ୍ଧୀଙ୍କ ଘରେ ରହୁଛନ୍ତି। ଏହା ପୂର୍ବରୁ ୨୦୦୪ରୁ ୨୦୨୩ ଏପ୍ରିଲ ପର୍ଯ୍ୟନ୍ତ ତାଙ୍କ ଠିକଣା ୧୨, ତୋଗଲକ ଲେନ୍ ଥିଲା। ଗତବର୍ଷ ମାର୍ଚ୍ଚରେ ମାନହାନି ମାମଲାରେ ଦୁଇ ବର୍ଷ ଜେଲଦଣ୍ଡ ଶୁଣାଣି ପରେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇଯାଇଥିଲା। ଏହା ଫଳରେ ୧ ତୋଗଲକ୍ ଲେନ୍ ବଙ୍ଗଳ ତାଙ୍କ ହାତରୁ ଚାଲିଯାଇଥିଲା।

Comments are closed.