Latest Odisha News

‘ମୁଁ ଲେଖି ଦେଉଛି, ମୋଦି ସରକାର ଆଉ ଆସିବେ ନାହିଁ ’- ରାହୁଲଙ୍କ କହିଲେ ସତ୍ୟପାଲ ମଲ୍ଲିକ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜମ୍ମୁ କାଶ୍ମୀର ପୂର୍ବ ରାଜ୍ୟପାଳ ସତ୍ୟାପାଲ ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ । ୨୮ ମିନିଟର ଏହି ଆଲୋଚନାରେ ରାହୁଲ ଗାନ୍ଧୀ ସତ୍ୟାପାଲ ମଲ୍ଲିକଙ୍କ ସହ ପୁଲବାମା, ଚାଷୀ ଆନ୍ଦୋଳନ, ଏମଏସପି, ଜାତିଗତ ଜନଗଣନା, ମଣିପୁର ହିଂସା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ସତ୍ୟପାଲ ମଲ୍ଲିକ ବିଜେପି ସରକାର ଉପରେ ବର୍ଷିଥିଲେ । ସେ କହିଥିଲେ, ‘ ନର୍ବାଚନ ଆଉ ମାତ୍ର ୬ ମାସ ରହିଲା । ମୁଁ ଲେଖିକରି ଦେଉଛି, ମୋଦି ସରକାର ଆଉ ଆସିବେ ନାହିଁ ।’

ସତ୍ୟପାଲ ମଳ୍ଲିକ କହିଥିଲେ, ଏଠାରେ ଅର୍ଥାତ ଜମ୍ମୁକାଶ୍ମୀରରେ ଲୋକଙ୍କୁ ଜବରଦସ୍ତି ଠିକ କରାଯାଇ ପାରିବ ନାହିଁ । ଏଠାରେ ଲୋକଙ୍କୁ ଜିତି ପାରିଲେ କିଛି ବି ଆପଣ କରିପାରିବେ । ମୁଁ ଏହି ଲୋକଙ୍କୁ ବିଶ୍ୱାସ କରେ ।

ସତ୍ୟପାଲ ସିଂହ କହିଛନ୍ତି, ମୋତେ ଲାଗୁଛି, ଜମ୍ମୁକାଶ୍ମୀରକୁ ରାଜ୍ୟ  ମାନ୍ୟତା ଫେରାଇ ଦେବା ଠିକ ହେବ । ବିଜେପି ଆର୍ଟିକିଲ ୩୭୦ ଧାରା ହଟାଇ ଏହାକୁ କେନ୍ଦ୍ର ଶାସିତ ରାଜ୍ୟ କରିଦେଲା । ସେ କହିଛନ୍ତି, ମୋର ଡର ଥିଲା, କାଳେ ପୋଲିସ ବିଦ୍ରୋହ କରିଦେବେ । ହେଲେ ଜମ୍ମୁ କାଶ୍ମୀରର ପୋଲିସ ସବୁବେଳେ କେନ୍ଦ୍ରକୁ ସହଯୋଗ କରିଥାନ୍ତି । ଅମିତ ଶାହ ପ୍ରତିଶ୍ରୁତି ଦେଇଛନ୍ତି, ରାଜ୍ୟ ମାନ୍ୟତା ଫେରାଇବେ । ଏଥିପାଇଁ ତାଙ୍କୁ ଯେତେ ଶୀଘ୍ର ସମ୍ଭବ ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ  ନିର୍ବାଚନ କରାଇବା  ଦରକାର ।

ରାହୁଲ ଗାନ୍ଧୀ ତାଙ୍କୁ ପୁଲବାମା ସମ୍ପର୍କର; ପଚାରିବାରୁ ସତ୍ୟପାଲ ମଲ୍ଲିକ କହିଥିଲେ, ପୁଲବାମା ଘଟଣାକୁ ସେମାନେ ଅଣଦେଖା କରିଥିଲେ ଏବଂ ଏହାକୁ ରାଜନୖତିକ ଇସ୍ୟୁ କରିଥିଲେ । ସେ ଆହୁରି କହିଥିଲେ, ପୁଲବାମା ଶହିଦଙ୍କ ପାର୍ଥିବ ଶରୀର ଯେତେବେଳେ ଏୟାରପୋର୍ଟ ଅଣାଗଲା ତାଙ୍କୁ ତାଙ୍କ କୋଠରୀରେ ବନ୍ଦ କରି ରଖା ଯାଇଥିଲା । ସେ ବହୁ କସରତ କରି ବାହାରକୁ ଆସିଥିଲେ ବୋଲି କହିଛନ୍ତି ।

ସତ୍ୟପାଲ ମଲିକ କହିଛନ୍ତି,  ସେ ସମୟରେ ରାଜନାଥ ସିଂହ ଆସିଥିଲେ । ଶ୍ରଦ୍ଧାଞ୍ଜଳି ଦେଇଥିଲେ । ହେଲେ ପ୍ରଧାନମନ୍ତ୍ରୀ ଆସିବାର ଥିଲା । ସେ ପ୍ରଧାନମନ୍ତ୍ରୀଙ୍କ ସହ ପୁଲବାମା ସମ୍ପର୍କରେ ଆଲୋଚନା କରିବାକୁ ଚାହିଁଥିଲେ । ହେଲେ ଯୋଗାଯୋଗ ହୋଇ ପାରି ନ ଥିଲା ।ପ୍ରାୟ ୫-୬ଟା ବେଳକୁ ତାଙ୍କର ଫୋନ ଆସିଲା । ପ୍ରଧାନମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ଆମର ଭୁଲ ଯୋଗୁ ଏତେ ଲୋକ ଚାଲିଗଲେ । ହେଲେ ପ୍ରଧାନମନ୍ତ୍ରୀ ତାଙ୍କୁ ଉତ୍ତରରେ ଏ ବିଷୟରେ କିଛି ନ କହିବାକୁ କହିଥିଲେ । ଏହାପରେ ଡୋଭାଲଙ୍କ ଫୋନ ଆସିଥିଲା ଏବଂ ସେ ମଧ୍ୟ ଏ ସମ୍ପର୍କରେ କିଛି ନ କହିବାକୁ କହିଥିଲେ ।

ମଲିକ କହିଥିଲେ,ଏକ ଭଲ କଥା ଯେ, ଲୋକ ଏବେ ଟିଭି ଦେଖୁ ନାହାନ୍ତି । ସୋଶିଆଲ ମିଡିଆ ଦେଖୁଛନ୍ତି । ହେଲେ ଏହା ଉପରେ ବି ସରକାର ଲଗାମ ଲଗାଇବାକୁ ଚେଷ୍ଟା କରୁଛନ୍ତି । ଏହି ଅବସରରେ ରାହୁଲ ଗାନ୍ଧୀ କହିଥିଲେ, ମୋର ୟୁ ଟ୍ୟୁବ ଆକାଉଣ୍ଟକୁ ଚାପି ଦେଇଛନ୍ତି ।

Comments are closed.