Latest Odisha News

କୃଷକଙ୍କ ସମର୍ଥନରେ ରାଷ୍ଟ୍ରପତି ଭବନ ଯାଏ ଆଜି ରାଲି କରିବେ ରାହୁଲ, ଦିଲ୍ଲୀ ପୋଲିସ କହିଲା ଅନୁମତି ନାହିଁ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ଆନ୍ଦୋଳନରେ ବସିଛନ୍ତି ଚାଷୀ । ଜିଦରେ ଅଟଳ ଅଛନ୍ତି । ଏଭଳି ପରିସ୍ଥିତିରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି କୃଷି ଆଇନ ତଥା ଚାଷୀଙ୍କ ସମର୍ଥନରେ ଦିଲ୍ଲୀ ବିଜୟଚୌକରୁ ରାଷ୍ଟ୍ରପତି ଭବନ ଏଯାଏ ଏକ ରାଲି କରିବେ । ରାହୁଲଙ୍କ ନେତୃତ୍ୱରେ ହେବାକୁ ଥିବା ଏହି ରାଲିରେ କଂଗ୍ରେସର ଅନ୍ୟ ସାଂସଦମାନେ ଯୋଗ ଦେବେ ।

ପରେ ରାହୁଲ ଗାନ୍ଧି ଓ ବରିଷ୍ଠ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ନୂଆ କୃଷି ଆଇନକୁ ବିରୋଧ କରି ଦୁଇ କୋଟି ହସ୍ତାକ୍ଷର ସମ୍ବଳିତ ସ୍ମାରକପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବା ସହ ଏଥିରେ ହସ୍ତକ୍ଷେପ ଲୋଡ଼ିବ । ତାପୂର୍ବରୁ ଦଳୀୟ କାର୍ଯ୍ୟାଳୟରେ ନେତା ଓ ସାଂସଦଙ୍କୁ ଭେଟି ଆଲୋଚନା କରିଛନ୍ତି ରାହୁଲ ଗାନ୍ଧି ।

ସେପଟେ ରାହୁଲଙ୍କ ରାଲିକୁ ଅନୁମତି ନଥିବା କହିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ଡିସିପି ଦୀପକ ଯାଦବ କହିଛନ୍ତି, ଆଜି ପର୍ଯ୍ୟନ୍ତ କଂଗ୍ରେସ ଦଳକୁ ରାଷ୍ଟ୍ରପତି ଭବନ ଯାଏ ରାଲି ପାଇଁ ଅନୁମତି ଦିଆଯାଇ ନାହିଁ । ଯେଉଁ ତିନିଜଣ ନେତାଙ୍କ ଅନୁମତି ପତ୍ର ଅଛି ସେମାନେ ଯାଇପାରିବେ । ସେହିପରି ଚାଣ୍ୟକପୁରୀ ଏସିପି କହିଛନ୍ତି, ଯେଉଁ ନେତାମାନଙ୍କୁ ଅନୁମତି ମିଳିଛି କେବଳ ସେମାନେ ଯିବେ ।

Leave A Reply

Your email address will not be published.