Latest Odisha News

ପ୍ରବଳ ଥଣ୍ଡାରେ ଥରୁଛି ଫୁଲବାଣୀ ଓ ଅନୁଗୁଳ, ୧୦ ଡିଗ୍ରୀ ସେଲସିୟସ୍ ତଳେ ୧୧ଟି ସହରରେ ପାରଦ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଶୀତ ଚାଦର ତଳେ ଥରୁଛି ସାରା ଓଡ଼ିଶା । ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ସେଛଠାରେ ଆଜି ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ସେଲସିୟସ୍ ରହିଛି । ଏହାସହ ୧୧ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି ।

ଅନୁଗୁଳରେ ଭୀଷଣ ଥଣ୍ଡା ଅନୁଭୂତ ହୋଇଛି । ସେଠାରେ ରାତିର ତାପମାତ୍ରା ୬ ଡିଗ୍ରୀକୁ ଖସିଛି । ଦାରିଙ୍ଗାବାଡ଼ିରେ ୮, ଭବାନୀପାଟଣା ୮.୨, କୋରାପୁଟ ୮.୬, ଝାରସୁଗୁଡ଼ାରେ ରେକର୍ଡ ହୋଇଛି ସର୍ବନିମ୍ନ ୮.୮ ଡିଗ୍ରୀ ସେଲସିୟସ ତାପମାତ୍ରା ।

ସେହିପରି ସୁନ୍ଦରଗଡ଼ରେ ୯.୫, କେନ୍ଦୁଝରରେ ୯.୯, ବଲାଙ୍ଗିରରେ ୯.୫ ଓ ସୋନପୁରରେ ପାରଦ ରହିଛି ୯.୮ ଡିଗ୍ରୀ ସେଲସିୟସ୍ । ଆଜି ରାୟଗଡ଼ାରେ ୧୦, କଟକରେ ୧୨ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।

Leave A Reply

Your email address will not be published.