Latest Odisha News

BREAKING NEWS

ଅକ୍ସିଜେନ ପ୍ରସ୍ତୁତ ରଖିବା ଓ ଚୀନ ଫେରନ୍ତାଙ୍କ କୋଭିଡ୍ ଟେଷ୍ଟ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟଗୁଡିକୁ ୬ ସୂତ୍ରୀ ଆଜଭାଇଜରୀ ଜାରି କରିଛି । କୋଭିଡ୍ ପାଇଁ ପ୍ରସ୍ତୁତ ରହିବାକୁ ଅକ୍ସିଜେନ ଷ୍ଟକ ରଖିବାକୁ ନିର୍ଦ୍ଦେଶ ରହିଛି । ଚୀନ ଓ ଜାପାନ ଫେରନ୍ତାଙ୍କ ପାଇଁ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଭାରତରେ BF.7 ଭାରିଆଣ୍ଟ ଚିହ୍ନଟ ପରେ ସଜାଗ ହୋଇଛନ୍ତି କେନ୍ଦ୍ର ସରକାର । ରାଜ୍ୟ ମାନଙ୍କୁ ସତର୍କତା ଅବଲମ୍ୱନ କରିବାକୁ ମଧ୍ୟ ବାରମ୍ବାର ଚେତାଇ ଦେଇଛନ୍ତି ।

ଚୀନ, ଜାପାନ, ଦକ୍ଷିଣ କୋରିଆ, ହଙ୍ଗକଙ୍ଗ ଓ ଥାଇଲାଣ୍ଡରୁ ଆସିଲେ ବିମାନଯାତ୍ରୀଙ୍କୁ ନେଗେଟିଭ୍ କୋଭିଡ୍ ସାର୍ଟିଫିକେଟ୍ ଦେଖାଇବାକୁ କୁହାଯାଇଛି । ଯଦି ସେମାନଙ୍କ ଠାରେ ପଜିଟିଭ୍ କିମ୍ୱା ଲକ୍ଷଣ ଦେଖାଯାଏ, ତେବେ ଏହି ସବୁ ରାଷ୍ଟ୍ରରୁ ଆସିଥିବା ବିମାନଯାତ୍ରୀ କ୍ୱାରେଣ୍ଟାଇନରେ ରହିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୧ ମଧ୍ୟଭାଗରେ ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ ଅଭାବ ଦେଖାଦେଇଥିଲା । ତେଣୁ ଏବର୍ଷ ପ୍ରଚୁର ଅକ୍ସିଜେନ ମହଜୁଦ୍ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲ ଇନଫ୍ରାଷ୍ଟ୍ରକଚର ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏସବୁ ପ୍ରସ୍ତୁତ ରଖିବାକୁ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ମନୋହର ଅଗନାନୀ । ଏନେଇ ସେ ସବୁ ରାଜ୍ୟକୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।

Leave A Reply

Your email address will not be published.