ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଦରଦାମ ବୃଦ୍ଧି ନେଇ ମୋଦି ସରକାରଙ୍କୁ ଅନେକ ସମୟରେ ଟାର୍ଗେଟ କରିଥାନ୍ତି।
ସେ ମଙ୍ଗଳବାର ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ ଆଗରୁ ରସୁଣର ମୂଲ୍ୟ ୪୦ ଟଙ୍କା ଥିଲା ଏବଂ ଏବେ ଏହାର ମୂଲ୍ୟ କିଲୋ ପିଛା ୪୦୦ ଅଟେ। ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କ ରୋଷେଇ ଘର ବଜେଟକୁ ବିଗାଡି ଦଉଛି କିନ୍ତୁ ସରକାର କୁମ୍ଭକର୍ଣ୍ଣ ପରି ଶୋଇ ରହିଛନ୍ତି।
ରାହୁଲ ଗାନ୍ଧୀଙ୍କ ଦ୍ୱାରା ସେୟାର ଭିଡିଓ ଗିରି ନଗରର ବୋଲି କୁହାଯାଉଛି। ଏଥିରେ ସେ ପନିପରିବା ଦୋକାନକୁ ଯାଇ ବିଭିନ୍ନ ପନିପରିବାର ମୂଲ୍ୟ ପଚାରୁଥିବାର ଦେଖିବାକୁ ମିଳୁଛି। ଏଥିରେ ଜଣେ ମହିଳା କହିଛନ୍ତି ଯେ ଏବେ ରସୁଣ ଅପେକ୍ଷା ସୁନା ଶସ୍ତା ଭଳି ଲାଗୁଛି। ସେହିପରି ଶାଲଗମ କିଲୋ ପିଛା ୩୦-୪୦ ଟଙ୍କା ମିଳୁଥିବା ବେଳେ ଏବେକା ସମୟରେ ୬୦ ଟଙ୍କାରେ ବିକ୍ରି ହେଉଛି।
Comments are closed.