Latest Odisha News

BREAKING NEWS

‘ପେସେଣ୍ଟ-ଜିରୋ’ ଚିହ୍ନଟ ! ଉହାନ ମାର୍କେଟର ଚିଙ୍ଗୁଡି ବିକାଳୀ ହୋଇପାରନ୍ତି ପ୍ରଥମ କରୋନା ରୋଗୀ

ଉହାନ: ଚୀନର ଉହାନ ମାର୍କେଟର ଚିଙ୍ଗୁଡି ବିକ୍ରି କରୁଥିବା ଜଣେ ୫୭ ବର୍ଷୀୟା ମହିଳାଙ୍କୁ ପ୍ରଥମ କୋଭିଡ-୧୯ ପଜିଟିଭ ବୋଲି ବିଶ୍ୱାସ କରାଯାଉଛି ।

ଲଣ୍ଡନ ମେଟ୍ରୋ ଡେଲିର ଏକ ରିପୋର୍ଟ ଅନୁସାରେ, ୱି ଗୁଇକିୟନ ନାମକ ଜଣେ ମହିଳାଙ୍କ ଠାରେ ଡିସେମ୍ବର ୨୦୧୯ରେ ଫ୍ଲୁ ଭଳି ଲକ୍ଷଣ ବିକସିତ ହୋଇଥିଲା । ସେ ୧୦ ଡିସେମ୍ବର ଜଣେ ସ୍ଥାନୀୟ ଡାକ୍ତରଙ୍କୁ ସାକ୍ଷାତ କଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନସୁଧୁରିବାରୁ ସେ ଡିସେମ୍ବର ୧୬ରେ ଉହାନ ୟୁନିୟନ ହସ୍ପିଟାଲ ଗଲେ । ଯେଉଁଠି ଡାକ୍ତର ତାଙ୍କ ରୋଗକୁ ମାର୍କେଟର ଅନ୍ୟ ଶ୍ରମିକଙ୍କ ଭଳି ସାମାନ୍ୟ ବୋଲି କହିଥିଲେ । ସେ ଡିସେମ୍ବର ମାସ ଶେଷ ଆଡକୁ କ୍ୱାରେଣ୍ଟାଇନରେ ରହିଲେ । ଜାନୁଆରୀରେ ଏକ ମାସର ଚିକିତ୍ସା ପରେ ସେ ଆରୋଗ୍ୟ ହେଲେ ।

ୱି ବିଶ୍ୱାସ କରନ୍ତି ଯେ, ସେ ସମୂହ ଶୌଚାଳୟରୁ ଭାଇରସର ସଂକ୍ରମଣରେ ଆସିଥିଲେ । ଯଦି ତାଙ୍କ ସରକାର ଶୀଘ୍ର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଥାନ୍ତେ, ତେବେ ଏହି ରୋଗରେ କମ ଲୋକଙ୍କ ଜୀବନ ଯାଇଥାନ୍ତା ।

ଉହାନ ମହାନଗର ସ୍ୱାସ୍ଥ୍ୟ କମିଶନଙ୍କ ଅନୁସାରେ, ୱି ୨୭ ଜଣ କରୋନା ପଜିଟିଭ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଏବଂ ମାର୍କେଟ ସହ ଜଡିତ ଥିବା ୨୪ଟି ମାମଲା ମଧ୍ୟରୁ ମଧ୍ୟ ସେ ଜଣେ । ୱି ‘ପେସେଣ୍ଟ -ଜିରୋ’ ହୋଇପାରନ୍ତି କିନ୍ତୁ ସେ ଭାଇରସ ସଂକ୍ରମଣ କରିବାର ପ୍ରଥମ ବ୍ୟକ୍ତି ହୋଇନପାରନ୍ତି ।

ଚୀନ ବୈଜ୍ଞାନିକଙ୍କ ଅନୁସାରେ, ବାୟୁ ଜନିତ ଭାଇରସ ସଂକ୍ରମଣରେ ଆସିଥିବା ପ୍ରଥମ ବ୍ୟକ୍ତିଙ୍କୁ ଡିସେମ୍ବର ୧ରେ ଚିହ୍ନଟ କରାଯାଇଥିଲା । କିନ୍ତୁ ତାଙ୍କର ସମୁଦ୍ରିକ ଖାଦ୍ୟ ମାର୍କେଟ ସହ କୌଣସି ସମ୍ପର୍କ ନଥିଲା ।

Leave A Reply

Your email address will not be published.