Latest Odisha News

BREAKING NEWS

ଟ୍ୱିଟର ବାୟୋ ବଦଳାଇଲେ ରାହୁଲ; ଅଭିମାନରେ ଲେଖିଲେ ‘ଅଯୋଗ୍ୟ ସାଂସଦ’ !

ନୂଆଦିଲ୍ଲୀ: ଏବେ ଆକ୍ସନ ମୋଡରେ ରାହୁଲ ଗାନ୍ଧି । ସାଂସଦ ପଦ ହରାଇବା ପରେ କେତେବେଳେ ରାଗି ଯାଉଛନ୍ତି ତ କେତେବେଳେ ଅଭମାନ କରୁଛନ୍ତି । ସୁରଟ କୋର୍ଟ ପକ୍ଷରୁ ତାଙ୍କୁ ଦଣ୍ଡିତ କରାଯିବା ପର ଦିନ ତାଙ୍କୁ ସାଂସଦ ଭାବେ ଅଯୋଗ୍ୟ ଘୋଷିତ କରାଗଲା । ଏହାକୁ ନେଇ ଖାଲି ରାହୁଲ ନୁହେଁ ପୁରା କଂଗ୍ରେସ ପକ୍ଷରୁ ଦେଶବ୍ୟାପି ବରୋଧ କରାଯାଉଛି ।

ଏହା ଭିତରେ ଦେଖିବାକୁ ମିଳିଛି  ରାହୁଲଙ୍କ ଟ୍ୱିଟର ଅପଡେଟ । ଟୁୂଇଟର ପେଜରେ ରାହୁଲ ନିଜକୁ ଅଯୋଗ୍ୟ ସାସଂଦ ବୋଲି ପରିଚୟ ଦେଇଛନ୍ତି । ତାଙ୍କ ଟୁଇଟର ହାଣ୍ଡେଲରେ ତାଙ୍କ ପରିଚୟରେ ଲେଖାଅଛି ‘ଏହା ରାହୁଲ ଗାନ୍ଧିଙ୍କ ଅଫିସିଆଲ ଟୁଇଟର । ଭାରତ ଜାତୀୟ କଂଗ୍ରେସର ସଭ୍ୟ । ଅଯୋଗ୍ୟ ସାଂସଦ। Dis’Qualified MP । ’

ସୂଚନାଥାଉ କି, ୪ ବର୍ଷ ତଳରେ ବିବାଦୀୟ ବୟାନ ଦେଇଥିବା ରାହୁଲଙ୍କୁ ଗୁରୁବାର ସୁରଟ ସେସନ୍ସ କୋର୍ଟ ୨ ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ। ଯଦିଓ ତାଙ୍କୁ ତୁରନ୍ତ ଏହି ମାମଲାରେ ଜାମିନ୍ ମିଳିଥିଲା, କିନ୍ତୁ ପରଦିନ ତାଙ୍କୁ ସାଂସଦ ଭାବେ ଅଯୋଗ୍ୟ ଘୋଷିତ କରାଯାଇଥିଲା।  ଯଦିଓ ତାଙ୍କୁ ତୁରନ୍ତ ଏହି ମାମଲାରେ ଜାମିନ୍ ମିଳିଥିଲା, କିନ୍ତୁ ପରଦିନ ତାଙ୍କୁ ସାଂସଦ ଭାବେ ଅଯୋଗ୍ୟ ଘୋଷିତ କରାଯାଇଥିଲା ।

ଏହାକୁ ନେଇ  କଂଗ୍ରେସ କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପ ରଣହୁଙ୍କାର ଦେଇଛି  । କୋର୍ଟଙ୍କ ଦ୍ୱାରା ଦଣ୍ଡ ପାଇବା ପରେ ଖାଲି ରାହୁଲ ନୁହେଁ,  କଂଗ୍ରେସ  ମଧ୍ୟ ତାର ଟ୍ୱିଟର୍ ଫ୍ରୋଫାଇଲ୍ ବଦଳାଇଥିଲା । ପ୍ରୋଫାଇଲରେ କଂଗ୍ରେସ ‘ଡରୋ ମତ୍’ ବା ଡର ନାହିଁ ବୋଲି ଉଲ୍ଲେଖ କରିଛି । କିଛି କଂଗ୍ରେସ ନେତା ମଧ୍ୟ ‘ଡରୋ ମତ୍’ ପ୍ରୋଫାଇଲ ଫଟୋ ରଖିଛନ୍ତି ।

 

Leave A Reply

Your email address will not be published.