ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ରାହୁଲ ନାର୍ବେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରାହୁଲଙ୍କୁ 164 ବିଧାୟକଙ୍କ ସମର୍ଥନ ମିଳିଛି । ତାଙ୍କୁ ବାଚସ୍ପତି ଭାବେ ଘୋଷଣା କରାଯାଇଛି ।
BJP candidate Rahul Narwekar elected as the Speaker of Maharashtra Legislative Assembly: he received a total of 164 votes in support and 107 against him.
(Source: Maharashtra Assembly) pic.twitter.com/viHOHiVhkn
— ANI (@ANI) July 3, 2022
ଧ୍ବନି ମତରେ ନିର୍ବାଚନ ପାଇଁ ପ୍ରଥମେ ସ୍ଥିର ହୋଇଥିଲା । ପରେ ବିରୋଧ ଯୋଗୁଁ ମୁଣ୍ଡ ଗଣତି ଭୋଟ ହୋଇଥିଲା ।
Head count is underway for the Speaker election in Maharashtra Assembly.
BJP candidate Rahul Narwekar received 164 votes through head count. Now, people opposing him are voting and their head count is being done.
— ANI (@ANI) July 3, 2022
45 ବର୍ଷ ବୟସ୍କ ରାହୁଲ ନର୍ବେକର ବୃତ୍ତି ଅନୁଯାୟୀ ଜଣେ ଓକିଲ । ତାଙ୍କ ପିତା ସୁରେଶ ନରଭେକର ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ରେ କାଉନସିଲର ଥିଲେ। ତାଙ୍କ ଭାଇ ମାକ୍ରାନ୍ ବିଏମସିର ୱାର୍ଡ ନମ୍ବର 227 ରୁ ଦ୍ୱିତୀୟ ଥର ପାଇଁ କାଉନସିଲର ହୋଇଛନ୍ତି । ଏହା ବ୍ୟତୀତ ରାହୁଲ ମଧ୍ୟ ବରିଷ୍ଠ ଏନସିପି ନେତା ରାମରାଜ ନିମ୍ବାଲକରଙ୍କ ପୁତୁରା । 2019ରେ ତାଙ୍କୁ ଶିବସେନା ଟିକେଟ ଦେଇନଥିଲା ତେଣୁ ସେ ବିଜେପିରେ ସାମିଲ ହୋଇ ନିର୍ବାଚନ ଜିତିଥିଲେ ।
ଏମଭିଏ ମେଂଟର ପ୍ରାର୍ଥୀ ରାଜନ ସାଲଭେଙ୍କୁ 107 ବିଧାୟକଙ୍କ ସମର୍ଥନ ମିଳିଥିଲା । ଏଠାରେ ସୂଚନାଯୋଗ୍ୟ କଡା ସୁରକ୍ଷା ଭିତରେ ମହାରାଷ୍ଟ୍ର ବିଧାନସଭା ଭିତରେ ପ୍ରବେଶ କରିଥିଲେ ବିଦ୍ରୋହୀ ବିଧାୟକ । ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହୋଇଥିଲା। ବିଜେପି ବିଧାୟକ ରାହୁଲ ନର୍ବେକର ବାଚସ୍ପତି ପଦ ପାଇଁ ଶନିବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଥିଲେ ଏବଂ ଏମ୍ଭିଏ ପ୍ରାର୍ଥୀଭାବେ ଶିବସେନାର ରାଜନ ସାଲ୍ଭି ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଆସନ୍ତାକାଲି ସିନ୍ଦେ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ।
ଗତବର୍ଷ ଫେବ୍ରୁଆରିରେ କଂଗ୍ରେସର ନାନା ପାଟୋଲ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ବାଚସ୍ପତି ପଦ ଖାଲି ଥିଲା। ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପରେ ବାଚସ୍ପତି ନିର୍ବାଚନ ହେଉଛି ।
Comments are closed.